Fullscreen view active. Tap screen to show options.
BACK
18px
tumori ujjala pradipo jaalo
Singer: Traditional / Gospel
( ସ୍ୱର : ସୁଧାର ଭାରତ ଘୁମାବେ କତ )
ତୁମରି ଉଜ୍ଜ୍ୱଳ ପ୍ରଦୀପ ଜ୍ୱାଳ,
ଆମରି ଅନ୍ଧାର ଘରେ
ସବୁ ପାପ ନିଶା ଅପସରି ଯାଉ,
ତୁମ ଆଲୋକର ଜ୍ୟୋତିଃରେ । ଘୋଷା ।
କୋଣେ କୋଣେ ଯେତେ ଅନ୍ଧାର ଅଛି,
ତୁମରି ସ୍ପର୍ଶେ ଦିଅ ଗୋ ନାଶି,
ପରଶ ମଣିର ପ୍ରଦୀପ ତୁମର, ସୁନା କରି ଦେଉ ଆମରେ । ୧ ।
ଦୂରେଇ ଯାଉ ହେ ଅପ୍ରୀତି ନିଶା,
ଅପ୍ରେମ, ଅନ୍ଧାର, ଅସତ୍ୟ, ହିଂସା,
ଘରେ ଘରେ ଆମ ପ୍ରିୟ ଯୀଶୁ ନାମ,
ଶୁଭ ଶଙ୍ଖ ବାଜୁ ମଧୁରେ । ୨ ।
କ୍ଷୀଣ ଦୀପ ଆମ ନାହିଁ ଶକତି,
ଧୁକୁ ଧୁକୁ ଜ୍ୱଳି ଲିଭଇ ବତୀ,
ପରମ ଜ୍ୟୋତିରେ ଆମ ପରିବାର ଆଲୋକିତ କର ସତ୍ୱରେ । ୩ ।
ସୂଚୀମାଳାକୁ ଫେରନ୍ତୁ