Fullscreen view active. Tap screen to show options.
18px

ତୁମ ବ୍ୟବସ୍ଥାରେ ଆମୋଦ ଯାହାର

Singer: Traditional / Gospel

ତୁମ ବ୍ୟବସ୍ଥାରେ ଆମୋଦ ଯାହାର
ସେ ଅତି ପ୍ରିୟ ତୁମରି … (ହେ ପ୍ରଭୁ)
ଦିବା ରଜନୀରେ ଧ୍ୟାନ କରେ ଯିଏ
ତୁମ ବାକ୍ୟ ହାତେ ଧରି (ହେ ପ୍ରଭୁ)… (ଘୋଷା)
ଜଳସ୍ରୋତ ପାଖେ ରୋପିତ ଯେ ବୃକ୍ଷ
ପତ୍ର ହୁଏ ନାହିଁ ଶୁଷ୍କ
ନିରୂପିତ କାଳେ ଫଳର ଧାରଣ
କର ମୋତେ ସେ ବୃକ୍ଷ ପରି… |୧|
ଦୁର୍ଜନ ନୁହଁନ୍ତି କେବେ ଚିରସ୍ଥାୟୀ
ତୁଷ ତୁଲ୍ୟ ସେ ଜୀବନ
ସାଧୁ ମଣ୍ଡଳୀରେ ସ୍ଥାନ ନାହିଁ ଯା’ର
ପଥଭ୍ରଷ୍ଟ ହେବ ତାହାରି… |୨|

Leave a Reply

Your email address will not be published. Required fields are marked *