Fullscreen view active. Tap screen to show options.
18px

ପ୍ରଭୁ ତୁମ ଚରଣରେ probhu tume charana re

Singer: Traditional / Gospel

ପ୍ରଭୁ ତୁମ ଚରଣରେ
ଏହି ମୋର ନିବେଦନ । ଘୋଷା ।
ବଞ୍ଚେ ମୁହିଁ ଯେତେ ଦିନ         ଧ ର୍ମେ ଥାଉ ସ୍ଥିର ମନ,
ଧର୍ମ-ଆତ୍ମାଙ୍କୁ ନ ଘେନ          ମୋଠାରୁ କଦାଚନ   ା ୧ ।
ସତର୍କ ହେଉ ବିବେକ            ଯେସନେ ନେତ୍ରପଲକ,
ହେଉ ମୃତ ଦିନୁଁଦିନ  ମୋ ପୁରାତନ ମନ  ା ୨ ।
ପ୍ରଭୁ ପ୍ରତି ପ୍ରେମେ ନିତ୍ୟ         ହେଉ ଉତ୍ତପ୍ତ ମୋ ଚିତ୍ତ,
ତାଙ୍କ ପ୍ରେମ କର୍ତ୍ତାପଣ           ହେଉ ହୃଦେ ସ୍ଥାପନ  ା ୩ ।
ବହି ଯୀଶୁ କ୍ରୁଶ କାନ୍ଧେ           ଯେହ୍ନେ ଚାଲିବି ଆନନ୍ଦେ,
ଖୋଜି ତାଙ୍କ ପଦଚିହ୍ନ            ଯିବି ପଛେ ବହନ    ା ୪ ।
ପରଲୋକ ଚିନ୍ତା ନିତ୍ୟ           କରୁ ମୋ ମନେ ରାଜତ୍ୱ,
ହେଉ ମୋର ସ୍ଥିର ଜ୍ଞାନ         ଅଟେ ବିଦେଶୀ ଜନ  ା ୫ ।
ସ୍ୱର୍ଗକୁ ମୋର ହୃଦୟରେ        ଜଗତକୁ ପାଦ ତଳେ,
ରଖିଣ ନିତ୍ୟ ଯେସନ            ମୁଁ କରିବି ଗମନ     ା ୬ ।
ହେଲେ ମୋର ଯାତ୍ରା ଶେଷ     ହେଉ ସ୍ୱର୍ଗେ ମୋ ନିବାସ,
ମୋ କାମନା ହେଉ ପୂର୍ଣ୍ଣ        ଦେଖି ଯୀଶୁ ବଦନ   ା ୭ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *