Fullscreen view active. Tap screen to show options.
BACK
18px
prathona srabana kari amo ପ୍ରାର୍ଥନା ଶ୍ରବଣକାରୀ, ଆମ ସଦାପ୍ରଭୁ ହେ ତୁମେ
Singer: Traditional / Gospel
ପ୍ରାର୍ଥନା ଶ୍ରବଣକାରୀ, ଆମ ସଦାପ୍ରଭୁ ହେ ତୁମେ
ମାଗିଥାଉ ଯାହା, ବିଶ୍ବାସରେ ଆମେ
ଦେଇଥାଅ ଯୀଶୁ ନାମେ… (ଘୋଷା)
ମୋଶା, ଯିହୋଶୁୟ, ଦାଉଦ, ଏଲିୟ, ନିହିମିୟା, ଶାମୁୟେଲ
ଡାକିଲେ ତୁମରେ ଏକାନ୍ତ ଚିତ୍ତରେ ପ୍ରାର୍ଥନାରେ ଦାନିୟେଲ
ଶୁଣି ସେମାନଙ୍କ ବିଶ୍ବାସର ଡାକ, ଅସାଧ୍ୟ ସାଧିଲ ତୁମେ… |୧|
ଡାକିଲା କାତରେ, ଅନ୍ଧବାଟିର୍ମୟ ଦୟା କର ଯୀଶୁ ବୋଲି
ପରଶେ ତୁମର ଦୁଇ ଆଖି ତାର, ଦୟା ବହିଦେଲ ଖୋଲି
ଦୁଃଖି ଦୁଃଖହାରୀ ପାପ କ୍ଷମାକାରୀ,
ପ୍ରଣମୁ ତୁମ ଚରଣେ… |୨|
ମାଗ ଦିଆଯିବ, ଖୋଜିଲେ ପାଇବ, ବିଶ୍ବାସ ଭରସା ମନେ
ଦ୍ଵାରରେ ମାରିଲେ, ଦ୍ୱାର ଖୋଲାଯିବ, ଶପଥ ଦେଇଛ ତୁମେ
କି ମାଗିବୁ ପ୍ରଭୁ, ତୁମେ ଜାଣ ସବୁ, ରହିଥାଅ ହୃଦାସନେ… |୩|