Fullscreen view active. Tap screen to show options.
18px

no tejo probhu mu dino jana

Singer: Traditional / Gospel

ନ ତେଜ ପ୍ରଭୁ, ମୁଁ ଦୀନ ଜନ;
କହିଅଛ, “ନ ଛାଡ଼ିବା କଦାଚନ” । ଘୋଷା ।
ପାପପୂର୍ଣ୍ଣ ଏ ସଂସାର,              ପାପରେ ଘୋର ଅନ୍ଧାର
ପ୍ରାଣ ହୁଏ ଦେଖି ଥର ଥର;
ହସ୍ତ ଧରି କର ସ୍ଥିର,
ବିଶ୍ୱାସ ହେଉ ସବଳ ବିଶ୍ୱାସେ ମୁଁ ପଶୁଛି ଶରଣ । ୧ ।
ଦୁଃଖ ଶୋକ ଭୟ ରୋଗ        ଘେରିଲେ ମୋ ଚତୁର୍ଦ୍ଦିଗ,
ସେ କାଳେ ଦୟାରେ ପ୍ରଭୁ ରଖ;
ନୋହିଲେ ନିରାଶେ ବୁଡ଼ି         ଯିବି ଧର୍ମ ପଥ ଛାଡ଼ି,
ହୁଅ ପ୍ରଭୁ ମୋଠାରେ ପ୍ରସନ୍ନ । ୨ ।
ଆସିଲେ ପରୀକ୍ଷା କାଳ          ସଙ୍ଗେ ଥାଇ ଦିଅ ବଳ;
ଯେସନେ ନ ହୋଇବି କାତର,
ଆନନ୍ଦରେ କରି ରଣ,               ଶତ୍ରୁ କରି ବିନାଶନ,
ହୋଇବି ସ୍ୱପଥେ ଧାବମାନ । ୩ ।
ମରଣ ନିକଟ କାଳ   ହେଲେ ଉପସ୍ଥିତ ମୋର
ନ ତେଜ ନ ତେଜ କ୍ଷଣକାଳ; ହସ୍ତ ଧରି ପାରି କର,
ପହଞ୍ଚାଅ ସ୍ୱର୍ଗପୁର
ନିଜ ପ୍ରତିଜ୍ଞା କର ସ୍ମରଣ । ୪ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *