Fullscreen view active. Tap screen to show options.
BACK
18px
ମୁଁ କି କଲି, ପିତା ଗୃହ ତେଜିଲି mu ki koli pitaa gruho tejili
Singer: Traditional / Gospel
ମୁଁ କି କଲି, ପିତା ଗୃହ ତେଜିଲି
ବିଦେଶରେ ଆଶ୍ରାହୀନ ହୋଇଲି ପୈତୃକ ସମ୍ପତ୍ତି ଉଡ଼ାଇ ଦେଲି, ା ଘୋଷା ।
ଦୁର୍ଭିକ୍ଷ ସମୟେ ଦରିଦ୍ର ହେଲି ପୁତ୍ର ଅଧିକାର ହରାଇ ଦେଲି, ା ୧ ।
ଏବେ ଦାସପଣେ କାଳ କାଟିଲି ଅନ୍ନବସ୍ତ୍ର ବାସବିହୀନ ହେଲି, ା ୨ ।
ଶୂକର ଚରାଇ ବିଲେ ବୁଲିଲି କ୍ଷୁଧାନଳ ସହି ମୁଁ ନ ପାରିଲି, ା ୩ ।
ଶୂକରର ଖାଦ୍ୟ ମୁହିଁ ଲୋଡ଼ିଲି ପିତା ଈଶ୍ୱରଙ୍କ ଦ୍ରୋହୀ ହୋଇଲି, ା ୪ ।
ମୋ ଦୁଷ୍ଟ କର୍ମର ଫଳ ଭୁଞ୍ଜିଲି ହେ ପିତା, ଏବେ ମୁଁ ଫେରି ଆସିଲି, ା ୫ ।
ରଖ ଦାସ କରି, ନୋହିଲେ ମଲି ା ୬ ।
ସୂଚୀମାଳାକୁ ଫେରନ୍ତୁ