Fullscreen view active. Tap screen to show options.
18px

moro sorbo durdoshaa re jibi kaahaa thaku

Singer: Traditional / Gospel

ମୋର ସର୍ବ ଦୁର୍ଦ୍ଦଶାରେ ଯିବି ମୁଁ କାହାଠାକୁ ?
କିଏ ହେବ ସୁପ୍ରସନ୍ନ ଦେଖି ମୋ ଦୁର୍ଦ୍ଦଶାକୁ ? । ଘୋଷା ।
ନାହିଁଟି ଅନ୍ୟାଶ୍ରୟ ହେବ ମୋର ସହାୟ,
ସର୍ବ ଦୁଃଖେ ଅଗ୍ରସର ହେବି ଯୀଶୁ ଛାମୁକୁ । ୧ ।
ପାପୀ ପରମ ବନ୍ଧୁ ସେହି କରୁଣା ସିନ୍ଧୁ 
ଯେ ଆସେ ତାଙ୍କ ଛାମୁକୁ ନ ତେଜନ୍ତି ସେ ତାକୁ । ୨ ।
ତାଙ୍କର ଶ୍ରୀ ବଦନ ସୁପ୍ରସନ୍ନ କିରଣ,
ଉଦୟ ହୋଇଲେ ସର୍ବ ଦୁଃଖ ଯିବ ଦୂରକୁ । ୩ । 
 
ସେ ସର୍ବ ଶକ୍ତିମନ୍ତ ମୋର ଦୃଢ଼ ପର୍ବତ,
ଥ ôଲେ ତାଙ୍କ ଉହାଡ଼ରେ କେ ଆସିବ ପାଖକୁ । ୪ । 
 
ମୋର ସୂର୍ଯ୍ୟ, ମୋ ଢାଲ ସେହି ଇମ୍ମାନୁୟେଲ,
ଥ ôଲେ ତାଙ୍କ ସନ୍ନିକଟେ ଆଉ ଭୟ କାହାକୁ । ୫ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *