Fullscreen view active. Tap screen to show options.
18px

mono tuhi jaanu naahun ki

Singer: Traditional / Gospel

ମନ ତୁହି ଜାଣୁ ନାହିଁ କି
କରୁଛନ୍ତି ନିବେଦନ ଯୀଶୁ ତୋ ତ୍ରାଣ ପାଇଁକି ? । ଘୋଷା । 
 
ଯେଉଁ ଯୀଶୁ ଥରେ, ବହିଥିଲେ ତୋର ପାପ ନିଜ ପୃଷ୍ଠରେ
ସେହି ଯୀଶୁ ଏହିକ୍ଷଣେ          ବସି ପିତାଙ୍କ ଦକ୍ଷିଣେ 
ହୋଇଛନ୍ତି ତୋ ମଧ୍ୟସ୍ଥ ତ୍ରାଣ ସାଧିବା ପାଇଁକି । ୧ ।
ସେହି ଯୀଶୁ ଥରେ, ବହିଥିଲେ କ୍ରୁଶକାଠ ଅତି କଷ୍ଟରେ
ତହିଁ ହୋଇ କ୍ଷତଯୁକ୍ତ ହେଲେ ତୋର ପାଇଁ ହତ
ଏବେ ଦେଖାନ୍ତି ସେ କ୍ଷତ ତୋହର ରକ୍ଷା ପାଇଁକି । ୨ ।
 
ଦେଖ ଆରେ ମନ, ପ୍ରକାଶିଲେ ଯୀଶୁ ତୋହ ପ୍ରତି କି ପ୍ରେମ
କରନ୍ତି ସେ ନିବେଦନ ଦିବାରାତ୍ର ଅନୁକ୍ଷଣ
ଏହି ହେତୁ ତୋ ସୁରକ୍ଷା, ଏହା ଜଣା ନୁହଁଇ କି ? । ୩ ।
କହୁଛି ବୁଝାଇ, ଘେନ ତୁ ମୋର ବଚନ ସୁସ୍ଥିର ହୋଇ,
ଯୀଶୁ ତୋର ମହା ପୁଣ୍ୟ ପୁଣି ଅନନ୍ତ ଜୀବନ,
ଏଣୁ ଧର ତାଙ୍କ ପାଦ ଏବେ ତୋ ମୁକ୍ତି ପାଇଁକି । ୪ ।
ଆରେ ମଢ଼ ମନ, ହେଳା କରି ନ ଧରୁ ତୁ ଯୀଶୁ ଚରଣ,
ଶୁଭକାଳ ଏଡ଼ି ଦେଉ,                ମୁକ୍ତି ମାର୍ଗ ଛାଡ଼ି ଦେଉ,
ତେବେ ତାଙ୍କ ବିନୁ ରକ୍ଷା ଆଉ ପାଇ ପାରିବୁ କି ? । ୫ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *