Fullscreen view active. Tap screen to show options.
18px

kebe sehi subho dino netre karibi mu darshana

Singer: Traditional / Gospel

କେବେ ସେହି ଶୁଭ ଦିନ ନେତ୍ରେ କରିବି ମୁଁ ଦର୍ଶନ ହେ,
ଯେ ଦିନେ ମୋ ଯୀଶୁ ସ୍ୱଗୁଁ ତେଜେ କରିବେ ଆଗମନ ହେ ? । ଘୋଷା ।
ତୂରୀ ନେଇ ଦିବ୍ୟ ଦୂତ ବଜାଇବେ କି ଅଦ୍ଭୁତ,
ତା ଶୁଣି ମୋ ମୃତ ଦେହ ହେବ କବରୁ ଉତ୍ଥାପିତ ହେ । ୧ ।
କରିବି ମୁହିଁ ଦର୍ଶନ ମୋ ପ୍ରଭୁଙ୍କ ଶ୍ରୀ ବଦନ,
ବହୁଦିନ ଅଭିଳାଷ ହେବ ମୋହର ସୁସମ୍ପୂର୍ଣ୍ଣ ହେ । ୨ । 
 
ଏହି ମୋ ଛାର ଶରୀର କରିବେ ସେ ରୂପାନ୍ତର,
ସୂର୍ଯ୍ୟ ତାରାର ସମାନ ମୁହିଁ ହୋଇବି ତେଜୋବାନ ହେ । ୩ ।
ପିନ୍ଧି ଅକ୍ଷୟ ମୁକୁଟ ଗୌରବେ ହେବି ଗୃହୀତ,
ତାଳ ବାହୁଙ୍ଗା ଧରିଣ ସଦା କରିବି ଜୟଗାନ ହେ । ୪ । 
 
ବୋଲିବି, ମୃତ୍ୟୁ ତୋହର ନାହୁଡ଼ କି ହେଲା ବୋଲ,
ହେ ପରଲୋକ, ତୋହର ଜୟ ହୋଇଲା ଅକାରଣ ହେ । ୫ ।
ଅସଂଖ୍ୟ ସାଧୁ ସହିତ କାଢ଼ି ମୁଣ୍ଡରୁ ମୁକୁଟ
କରିବି ଅନନ୍ତ ଦିନ ମୁଁ ପରିତ୍ରାଣର ଗାୟନ ହେ । ୬ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *