Fullscreen view active. Tap screen to show options.
18px

ke debo dondaagya probhu mononito lokonku

Singer: Traditional / Gospel

କେ ଦେବ ଦଣ୍ଡାଜ୍ଞା ପ୍ରଭୁ-ମନୋନୀତ ଲୋକଙ୍କୁ ?
କେ କରିବ ଅପବାଦ ଖ୍ରୀଷ୍ଟ-କ୍ରୀତ ସାଧୁଙ୍କୁ ? । ଘୋଷା । 
 
ତାଙ୍କ ପାପ ଈଶ୍ୱର କରନ୍ତି ବହୁ ଦୂର,
ଧ ।ର୍ମିକ କରି ଗଣନ୍ତି ଖ୍ରୀଷ୍ଟ ହେତୁ ତାହାଙ୍କୁ । ୧ ।
ଖ୍ରୀଷ୍ଟ ଦେଲେ ଜୀବନ ପୁଣି ହେଲେ ଉତ୍ଥାନ,
ସ୍ୱର୍ଗେ ପ୍ରାର୍ଥନା କରନ୍ତି ବିପଦୁଁ ତାରିବାକୁ । ୨ । 
 
ଖ୍ରୀଷ୍ଟ ଯେଉଁ ପ୍ରେମରେ ମରିଛନ୍ତି କ୍ରୁଶରେ,
କେ ପାରିବ ତା’ ସଙ୍ଗରୁ ବିଚ୍ଛେଦ କରିବାକୁ ? । ୩ ।
ଉଲଙ୍ଗତା, ଦୁର୍ଭିକ୍ଷ, ଖଡ଼୍‌ଗ କି କ୍ଳେଶ ଶୋକ,
ତାଡ଼ନାଦି ମିଳି କି ଭିନ୍ନ କରିବେ ତାହାଙ୍କୁ ? । ୪ । 
 
ମୃତ୍ୟୁ ଅବା ଜୀବନ, ଦୂତ, ପ୍ରଧାନ ଜନ,
କେହି ନ ପାରନ୍ତି ଭିନ୍ନ କରି ପ୍ରଭୁ ଲୋକଙ୍କୁ । ୫ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *