Fullscreen view active. Tap screen to show options.
18px

ଜଣାଇବି ଆଉ କାହା ଆଗରେ ମୋର ଦୁଃଖ ପ୍ରଭୁ ବିହୁନରେ ହେ jonaayeebi aau kaaha aagore moto dukho probhu bihune

Singer: Traditional / Gospel

ଜଣାଇବି ଆଉ କାହା ଆଗରେ ମୋର ଦୁଃଖ ପ୍ରଭୁ ବିହୁନରେ ହେ । ଘୋଷା ।
ଦୀନହୀନ ବନ୍ଧୁ ସେହି କୃପାସିନ୍ଧୁ, ଦୃଢ଼ଗଡ଼ ଦୁର୍ଦ୍ଦଶାରେ,
ଡାକନ୍ତି ପ୍ରତ୍ୟେକ ଖେଦିତ ଲୋକଙ୍କୁ ଆସିବାକୁ ଶ୍ରୀଛାମୁରେ ହେ । ୧ ।
ତାଙ୍କ ଦୟାସନ ଦୁଃଖ ବିନାଶନ ଅଛି ଦୁଃଖୀ କାରଣରେ,
ପାରେ ଯାଇ ମୁହିଁ ସ୍ୱଚ୍ଛନ୍ଦରେ କହି ଦୁଃଖ ମୋର ସେହିଠାରେ ହେ । ୨ । 
 
କେଡ଼େ ମୂଲ୍ୟବାନ ପ୍ରତିଜ୍ଞା ବଚନ ଦେଇଛନ୍ତି ସ୍ୱବାକ୍ୟରେ,
ନିଶ୍ଚେ ମୋ କାରଣ କରି ସେ ସ୍ମରଣ କରୁଣା କରିବେ ମୋରେ ହେ । ୩ । 
 
ତାହାଙ୍କ ମୁଖର ବାକ୍ୟ ମନୋହର, ସୁସ୍ଥିର ସବୁ କାଳରେ,
ମୋ ଦୃଢ଼ ବିଶ୍ୱାସ ଭରସା ଆଶ୍ୱାସ ସଦା ଅଛି ତହିଁପରେ ହେ । ୪ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *