Fullscreen view active. Tap screen to show options.
18px

jishunka swobhaabo dhoribi poche chaalibi

Singer: Traditional / Gospel

ଯୀଶୁଙ୍କ ସ୍ୱଭାବ ଧରିବି - ପଛେ ଚାଲିବି,
ତାଙ୍କ ପରି ଜଗତେ ଜୀବନ ମୁଁ କାଟିବି । ଘୋଷା ।
ସ୍ୱର୍ଗ ସୁଖ ତ୍ୟାଗ କରି            ଆସିଲେ ଦରିଦ୍ର ପରି,
ମୁହିଁ ସୁଖ ତୁଚ୍ଛ କରି କିପାଇଁ ନ ପାରିବି ? । ୧ ।
ପରର ମଙ୍ଗଳ ପାଇଁ ଛାଡ଼ି ମାତା ବନ୍ଧୁ ଭାଇ 
ବୁଲିଲେ ବିଦେଶେ ଯାଇ, ମୁଁ କିପାଁ ନ କରିବି ? । ୨ ।
ଦୁଃଖୀ ଦୁଃଖେ ଦୁଃଖୀ ହେଲେ ଦୟା କରି ଦୁଃଖ ନେଲେ
କଥା କହି ଶାନ୍ତି ଦେଲେ, ମୁଁ କିପାଁ ନ କରିବି ? । ୩ ।
ଦୁଃଖ ନିନ୍ଦା ସେ ସହିଲେ,          ଫେରି ପଦେ ନ କହିଲେ,
ଶତ୍ରୁକୁ କ୍ଷମା କରିଲେ, ମୁଁ କିପାଁ ନ କରିବି ? । ୪ ।
ଶାସ୍ତ୍ରପାଠେ ପ୍ରାର୍ଥନାରେ ଉପଦେଶ ଭାବନାରେ 
କାଟିଲେ କାଳ ସଂସାରେ, ମୁଁ କିପାଁ ନ କରିବି ? । ୫ ।
ପାପକୁ ସେ ଜୟ କଲେ ଆପଣାର ଆତ୍ମା ବଳେ;
ତାଙ୍କ ଉପକାର ବଳେ, ମୁହିଁ କରି ପାରିବି । ୬ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *