Fullscreen view active. Tap screen to show options.
18px

ଯୀଶୁ, ଶରଣ ମୁଁ ନେଲି, jishu sarana mu neli

Singer: Traditional / Gospel

ଯୀଶୁ, ଶରଣ ମୁଁ ନେଲି,
ଅନାଅ ମୋତେ ପ୍ରସନ୍ନେ        ନୋହିଲେ ମୁଁ ମଲି   ା ଘୋଷା ।
ତୁମ୍ଭେ ଆତ୍ମାର ବେବର୍ତ୍ତା          ତୁମ୍ଭେ ପାପତାପହର୍ତ୍ତା,
ମୁହିଁ ପାପୀ ହଜାମେଷ           ବାହୁଡ଼ି ଅଇଲି        ା ୧ ।
ପାପ ଭବ ଶୟତାନ  କଲେ ମୋ ପରେ ଶାସନ,
ଏବେ ମୁଁ ପଳାଇ ଆସି           ଚରଣ ଧଇଲି        ା ୨ ।
ତୁମ୍ଭର ବୋଝ ଯୁଆଳି ସହଜ ବୋଲି ଘେନିଲି,
ହୋଇ ତୁମ୍ଭ ପଶ୍ଚାଦ୍‌ଗାମୀ       କ୍ରୁଶ ମୁଁ ବହିଲି        ା ୩ ।
ଶୟତାନ ଅଧିପତି   କଲା ମୋ ମନେ ରାଜୁତି,
ବସ ହୃଦ-ସିଂହାସନେ,              ତୁମ୍ଭର ହୋଇଲି      ା ୪ ।
ଏବେ ମୁଁ ଅଟେ ତୁମ୍ଭର,             କର ତୁମ୍ଭେ ଅଧିକାର,
ତୁମ୍ଭ ବହୁମୂଲ୍ୟ ରକ୍ତେ            ମୁହିଁ କିଣା ହେଲି     ା ୫ ।
ତୁମ୍ଭ ବିନା ନାହିଁ ଗତି, ତୁମ୍ଭେ ମୋ ଜୀବନ ପତି,
ତୁମ୍ଭେ ମୋ ସବୁରେ ସବୁ,         ଏହା ମୁଁ ବୁଝିଲି       ା ୬ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *