Fullscreen view active. Tap screen to show options.
BACK
18px
ଯୀଶୁ କୁଶେ ଝୁଲି ପ୍ରାଣ ଦେଇ
Singer: Traditional / Gospel
ଯୀଶୁ କୁଶେ ଝୁଲି ପ୍ରାଣ ଦେଇ
ମୋ ପରି ପାପୀ ପାଇଁ
ଝରାଇଲ ରକତ ଧାର ଝରିଗଲା ଝରଝର (ଘୋଷା)
କୁଶ ବହି ଚାଲେ ଯୀଶୁ ମୋର
ଥକି ପଡ଼େ ସେ ଥରକୁ ଥର
ପିଠିରେ କୋରଡ଼ାର ଶିଆର କ୍ଷତ ବିକ୍ଷତ ହେଲା ସେ ଶରୀର
ଝରାଇଲ ରକତ ଧାର ||୧||
ମସ୍ତକେ ମୁକୁଟ ସେ କଣ୍ଟାର
ହାତ ପାଦେ ଆଘାତ କଣ୍ଟାର
ବଚ୍ଛାଘାତେ ଦାରୁଣ ବକ୍ଷର ବଳିକୃତ ଯୁବା ମେଷଙ୍କର
ଝରାଇଲ ରକତ ଧାର || ୨ ||