Fullscreen view active. Tap screen to show options.
BACK
18px
ସୂଚୀମାଳାକୁ ଫେରନ୍ତୁ
Singer: Traditional / Gospel
ଯୀଶୁ ହେ, ତୁମରି କରୁଣା ଦାନେ
ଜଗାଅ ମୋହନ ଛବି ଗୋପନେ,
ନିତି ନିତି ନବ ପ୍ରେମର ଦୀପ କାଳିମା ବୋଳା ଏହି ସମାଜେ ପ୍ରାଣେ
ଜଳାଅ ପ୍ରଭୁ ତବ ସମାଜ ପ୍ରାଣେ ା ଘୋଷା ।
ଯୀଶୁ ହେ ଜୀବନ ଜୀବଧାରୀ,
ପତିତପାବନ ପାପହାରୀ,
ଯୀଶୁ ହେ ଆସ, ହୃଦୟେ ବସ,
ଦିଅହେ ପ୍ରିୟ ଧର୍ମ-କିରଣ,
ମାଗୁଁ ଆଜି ଏହି ବର-ପ୍ରିୟ ହେ ପ୍ରିୟ,
ପରଶ ଦିଅ ଏହି ମିଳନେ ା ୧ ।
ପାପରେ ପତିତ ଏ ଜୀବନ,
ପାପର ଶୃଙ୍ଖଳେ ବନ୍ଦୁଆନ,
ଯୀଶୁ ହେ, ଆସ, ପାପାତ୍ମା ନାଶ, ମୁକ୍ତ କରି ଗୁପ୍ତ ଫାଶ
ଆଣ ଆଜି ଜାଗରଣ ହେ ଆମ ତ୍ରାଣ,
ଆଶିଷ ଦାନେ ଏହି ମିଳନ ା ୨ ।
ସୂଚୀମାଳାକୁ ଫେରନ୍ତୁ
Seno Pangi
April 13, 2024 at 12:26 pm
Super