Fullscreen view active. Tap screen to show options.
18px

ଯାଉଛି ଦିନ ବହି ମନ ଜାଣୁ ନାହିଁ କି ? jaauchi dino bohi mono jaanu nahi ki

Singer: Traditional / Gospel

ଯାଉଛି ଦିନ ବହି ମନ ଜାଣୁ ନାହିଁ କି ? । ଘୋଷା । 
 
ହୁଏ ଉଛୁର ପଥ ଅଛି ଅପାର,
ଅଳସରେ ବସି ରହିଅଛୁ କାହିଁକି ? । ୧ । 
 
ମହୀ ଶ୍ରୀ ପାଇଁ ଲୋକେ ଅଛନ୍ତି ଧାଇଁ,
ନ ଧାଇଁବୁ ସ୍ୱର୍ଗୀୟ ମୁକୁଟ ପାଇଁ କି ? । ୨ । 
 
କରିଣ ପଣ ନ କଲେ ପ୍ରାଣପଣ,
ମୁକୁଟକୁ ଅନ୍ୟ ହରି ନେବ ନାହିଁ କି ? । ୩ । 
 
କରୁ ବିଚାର, କାଳ ଅଛି ଅପାର,
ଦେଖ ଧାଇଁ ଆସୁଅଛି କାଳ କତିକି । ୪ । 
 
ଧାଅଁ ବହନ ଧରି ଦଳ ନୂତନ,
ନୁହଁ ସ୍ଥଗିତ ମୁକୁଟ ପ୍ରାପ୍ତି ସରିକି । ୫ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *