Fullscreen view active. Tap screen to show options.
BACK
18px
ହୃଦୟ ରାଜ ହୃଦେ ବିରାଜ ଆଜ, hrudoyo raajo hrude biraajo aajo
Singer: Traditional / Gospel
ହୃଦୟ ରାଜ ହୃଦେ ବିରାଜ ଆଜ,
ଦେଇ ତବ ପ୍ରେମ-ବାରି ମାଜ ସମାଜ । ଘୋଷା ।
ବିଳାସେ ସାରି ସାରି ଗଲା ସମ୍ପଦ ଶିରି,
ରହିଛି ପ୍ରାଣଟି ଧରି, ତାକୁ ନ ତ୍ୟଜ । ୧ ।
ସ୍ୱାର୍ଥରେ ଭାଇ ଭାଇ ପ୍ରେମେ ଜଳି ଭିଆଇ
ବସିଅଛି ତ ହରାଇ ଶକତି ତେଜଃ । ୨ ।
ଯୀଶୁ ହେ ତୁମ୍ଭ ଗୁଣ ତୁମ୍ଭର ଆତ୍ମା ମନ
ଦିଅ ନିତି, ପ୍ରେମେ ମାତି ସାଜୁ ସେ ସାଜ । ୩ ।
ସୂଚୀମାଳାକୁ ଫେରନ୍ତୁ