Fullscreen view active. Tap screen to show options.
BACK
18px
gaayibaa jaya bharata maya
Singer: Traditional / Gospel
ଗାଇବା ଜୟ ଭାରତମୟ ଜୟ ଜୟ ପାପହାରୀ,
ମାନବ-ହୃଦରଞ୍ଜନ ବିଘ୍ନ-ବିନାଶକାରୀ;
ଯୀଶୁ ଜୟ, ଯୀଶୁ ଜୟ, ଯୀଶୁ ଜୟ, ଯୀଶୁ ଜୟ ।
ବିମଳ ଶୋଣିତ କରି ଦାନ ନାଥ ବଞ୍ଚାଇଛ ଏ ମାନବେ,
ତୁମର ସେ ପ୍ରେମ ଦୟା ଅନୁପମ ଦେଖି ଚମତ୍କୃତ ସର୍ବେ । ଘୋଷା ।
ସୁଖର ସଦନ ତ୍ୟଜିଲ ହେ ହେଳେ
ଅର୍ପିବାକୁ ପ୍ରାଣ ଶତ୍ରୁର ବଦଳେ,
ଆସିଲ ମର୍ତ୍ତ୍ୟେ ମର୍ତ୍ତ୍ୟ ଦେହ ଧରି
ଆହେ ଚିତ୍ତହାରୀ
ନୀରବେ ହେଲ ହେ ବଳି କ୍ରୁଶୋପରେ
ଆହେ ପାପ-ତାପ-ହାରୀ,
(ଆଜି) ଆନନ୍ଦେ ପୂରି, ମନ ପ୍ରାଣ ଭରି,
ଗାଇବା ଜୟ ତୁମ୍ଭରି
ଗାଅ ଜୟ, ଦେଶମୟ, ଗାଅ ଜୟ ଭାରତମୟ । ୧ ।
ଏପରି ତ୍ରାତାଙ୍କୁ କିପରି ତ୍ୟଜିଛ, ସଂସାରେ କିପରି ଲିପ୍ତ ହୋଇଅଛ,
ପ୍ରେମ ବୀଣା ତାନେ, ତ୍ରାଣ ଧନ ଦାନେ,
ଅଛନ୍ତି ହସ୍ତ ପ୍ରସାରି
ତ୍ରିଭୁବନ ମଧ୍ୟେ କୁହ ଯୀଶୁ ବିନା
କିଏ ନିଜ ପ୍ରାଣ ଦେଇ
ଭବର କଳୁଷ କରିଛ ବିନାଶ ଶାନ୍ତି-ସୁଧା ଢାଳିଦେଇ ?
ସେ ପାପ ମୋକ୍ଷଦ କର ଭାଇ ଲୟ । ୨ ।
ଏସନ ସୁନ୍ଦର ନିଷ୍ପାପ ଜୀବନ
ତୁମ ସେବା ଲାଗି କଲେ ବଳିଦାନ,
ନରମେଧ ଯଜ୍ଞ ସାଧିଲେ ହେ ଦେଖ
ଯୀଶୁ ପାପହାରୀ
କେହି ତ କୁହେନା, ମୁଁ ପଥ, ଜୀବନ, ମୋହ ଦେଇ ଯିବ ପିତାଙ୍କ ସଦନ,
ମୋହର ନିକଟେ ଆସିଲେ ବିଶ୍ୱାସେ
ପାପ ତାପ ଯିବ ଅପସରି, ସୁଦିନେ ବହନେ ଦିଅ ହେ ଆଶ୍ରୟ । ୩ ।
ସୂଚୀମାଳାକୁ ଫେରନ୍ତୁ