Fullscreen view active. Tap screen to show options.
18px

dukho kaalo re kiye deyee paare purnaananda

Singer: Traditional / Gospel

ଦୁଃଖ କାଳରେ
କିଏ ଦେଇପାରେ ପୂର୍ଣ୍ଣାନନ୍ଦ ମୋ ମନରେ ? । ଘୋଷା ।
ଯେଉଁକାଳେ ଘୋର ଦୁଃଖ ବଢ଼ି ଦେଖି ମନୁଁ ଯାଏ ସୁଖ ଉଡ଼ି
ପାରେ ଯାଇ ମୁହିଁ ସେ କାଳରେ ସୁଖ ପାଇବାର ପାଇଁ କାହାର କତିରେ ?  ା ୧ । 
 
ଏହି ଅନିତ୍ୟ ଛାର ଜଗତ         ସୁତ ଦାରାଦି ଆବର ବିତ୍ତ
ପାରିବେ କି ଦେଇ କିଞ୍ôଚତରେ ସୁଖ ଆହ୍ଲାଦ ମୋହରି ଦୁଃଖିତ ମନରେ !            ା ୨ ।
ନାହିଁ ନାହିଁ, ଏ ଅଟନ୍ତି ତୁଚ୍ଛ, ସ୍ୱପନ ସମାନ ସବୁ ମିଛ,
ତୃଷା ହରଇ କି କୁହୁଡ଼ିରେ,
ଦରିଦ୍ର କି ହୁଏ ଧନୀ ସ୍ୱପନ-ଧନରେ ?     ା ୩ ।
ଅଛନ୍ତି ମୋହରି ଏକ ମିତ୍ର, ଭାଇଠାରୁ ହିଁ ସେ ସ୍ନେହବନ୍ତ,
ସଦା ରଖି ସେ ମୋତେ ହୃଦରେ
ମୋର ନିକଟେ ଅଛନ୍ତି ବିପତ୍ତି ବେଳରେ   ା ୪ । 
 
ସେ ଅଟନ୍ତି ମୋ ପରମ ବନ୍ଧୁ      ସୁଖ ଆନନ୍ଦ ଶାନ୍ତିର ସିନ୍ଧୁ
ମୋର ଦୁଃଖ ପରୀକ୍ଷା କାଳରେ
ସୁଖେ ଆଉଜିବି ଯାଇ ତାଙ୍କର କୋଳରେ  ା ୫ । 
 
ଯେବେ ତାଙ୍କ ସୁଖଦାୟୀ କୋଳେ ଥ ôବି ଆଉଜି ମୁଁ ସଦାବେଳେ
ତେଣୁ ପଛେ ପୃଥ୍ୱୀ ନାଶ ହେଲେ
ମୋର ନୋହିବ କିଞ୍ôଚତ ଭାବନା ମନରେ           ା ୬ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *