Fullscreen view active. Tap screen to show options.
18px

bolo dhanyo bolo dhanyo

Singer: Traditional / Gospel

ବୋଲ ଧନ୍ୟ, ବୋଲ ଧନ୍ୟ ଯିହୋବାଙ୍କ ନାମ,
ସେ ମହତ୍ ନାମ, ବଞ୍ଚାଇଣ ଦେଖାଇଲେ ବରଷ ନୂତନ । ଘୋଷା ।
ଗତ ସନେ ବହୁଜନ  ପାପରେ ତେଜି ଜୀବନ
ନରକେ କଲେ ଗମନ,              ମୋ ପ୍ରତି କି ପ୍ରେମ ! । ୧ ।
ଅନେକେ ରୋଗ ଶୋକରେ     ଅନ୍ନ ବସ୍ତ୍ର ଅଭାବରେ
ପତିତ ନାନା କ୍ଳେଶରେ,            ମୁଁ ନୁହେଁ ତେସନ । ୨ ।
ସବଳ ସୁସ୍ଥ ଶରୀରେ ନୂଆ ବର୍ଷ ଦେଖାଇଲେ,
ସେ ଦୟା ହେଜି ମନରେ        କର ଗୁଣ ଗାନ । ୩ ।
ମୋର ପାପ ଅନୁସାରେ         ପ୍ରତିଫଳ ସେ ନ ଦେଲେ,
ଦୟା କରି ରକ୍ଷା କଲେ,             ଧନ୍ୟ ତାଙ୍କ ପ୍ରେମ । ୪ ।
ଏହି ନୂତନ ବରଷେ  ଯେହ୍ନେ ନୂଆ ମନ ଆସେ,
ଧର୍ମରୂପ ଫଳ ପୁଷ୍ପେ ହୋଇ ଫଳବାନ । ୫ ।
ଅଫଳନ୍ତି ବୃକ୍ଷ ପରି   ମୁଁ ବୃଥା ସ୍ଥାନ ଆବୋରି,
ଛେଦନେ ନମ୍ରେ କହିଲେ,          ଥାଉ କିଛି ଦିନ । ୬ ।
ଆହେ ପ୍ରଭୁ,  ମୂଳ ଖୋଳି        ଖତ ଦିଅ ଯେହ୍ନେ ଫଳି,
ହୋଇ ଯୋଗ୍ୟ ତବ ପୁରୀ   ଶେଷେ ପାଇ ସ୍ଥାନ   । ୭ ।
ସୂଚୀମାଳାକୁ ଫେରନ୍ତୁ

0 comments on “bolo dhanyo bolo dhanyo”

  1. Lemak Limma

    January 1, 2022 at 12:13 am

    Reply

    Goodbye u

Leave a Reply

Your email address will not be published. Required fields are marked *