Fullscreen view active. Tap screen to show options.
18px

ଆହା କି ଭାଗ୍ୟ ଭୋଗିବୁ,         ବର୍ଣ୍ଣି ତାହା ପାରିବୁ କି ? । ୪ ।

Singer: Traditional / Gospel

ଭୟ ଭ୍ରାନ୍ତି କାହିଁକି ?
ଯୀଶୁଙ୍କ ବଳେ ତୋ ବିଶ୍ୱାସ ନାହିଁକି ?
ଯୀଶୁ ଦୟାର ସାଗର,
ନରେଶ୍ୱର ଅବତାର, ବହି ତୋର ପାପ ଭାର
ବଳୀକୃତ ନୋହିଲେ କି ?   ା ଘୋଷା ।
ତୋର ସର୍ବ ଦୂରିତ   ତାହାଙ୍କ ରକ୍ତେ ହୋଇଯିବ ମାର୍ଜିତ
ମୃତକୁ ସେ ପ୍ରାଣ ଦେଲେ,         ଈଶ୍ୱରୀୟ କର୍ମ କଲେ,
ମୃତ୍ୟୁର ବଳ ଭାଙ୍ଗିଲେ,             ଡରୁଛୁ ଆଉ କାହିଁକି ? । ୧ ।
ବନ୍ଧୁ ଜ୍ଞାତି ଛାଡ଼ିଲେ,  ଆତ୍ମୀୟ ଲୋକେ ରିପୁ ହୋଇ ଉଠିଲେ,
ରାଜା ପ୍ରଜା ଏକ ମେଳେ        ତୋର ବିନାଶ ପାଞ୍ôଚଲେ,
କ୍ଷତି ତୋର ଲେଶ ହେଲେ      କରିବାକୁ ପାରିବେ କି ? । ୨ ।
ଗିରିଗଣ ଘୁଞ୍ôଚଲେ,              ମହାସମୁଦ୍ର ନିଜ ସୀମା ଲଙ୍ଘିଲେ,
ପୃଥିବୀ ତରଳି ଗଲେ ଜ୍ୟୋତିର୍ଗଣ କଳା ହେଲେ
ଯୀଶୁରେ ବିଶ୍ୱାସ ଥିଲେ          ଭୟ ତ୍ରାଶ ଲାଗିବ କି ? । ୩ ।
ମୃତ୍ୟୁ ନଦୀ ତଟରେ  ଯୀଶୁଙ୍କ ତ୍ରାଣ-ତରୀ ଅଛି ଘାଟରେ,
ବିଶ୍ୱାସେ ଆରୋହୀ ଯିବୁ,          ସ୍ୱର୍ଗକୂଳେ ପ୍ରବେଶିବୁ,
ଆହା କି ଭାଗ୍ୟ ଭୋଗିବୁ,         ବର୍ଣ୍ଣି ତାହା ପାରିବୁ କି ? । ୪ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *