Fullscreen view active. Tap screen to show options.
BACK
18px
ଅନ୍ତର ଝୁରୁଛି ମୋ ଗଲଗଥାର ପ୍ରେମ ପାଇଁ
Singer: Traditional / Gospel
ଅନ୍ତର ଝୁରୁଛି ମୋ ଗଲଗଥାର ପ୍ରେମ ପାଇଁ
ହୃଦୟ ଜଳୁଛି ମୋ କୁଶେ ଭରା ସ୍ନେହ ପାଇଁ (୨ଥର)
କି ଯାତନା କି ଯନ୍ତ୍ରଣା ନିଜ ଅଙ୍ଗେ ନେଲ ବୋହି ହୋ…
ସେ ପ୍ରେମର ସୀମା ନାହିଁ
ବନ୍ଧୁ ବୋଲି ପ୍ରେମ କରି ଜୀବନ ଦିଏ କିଏ କାହା ପାଇଁ
ବିରଳ ସେ ପ୍ରେମର ଛବି ଆଙ୍କି ଦେଲେ ସେ ମୋ ପାଇଁ ହୋ… (୨ଥର)
ମୋ ପାପର ଜ୍ଜଳା କଣ୍ଟକ ସାଜିଲା
ବହିଗଲା ରକ୍ତ ନଇ ହୋ…
ମୋ ପାପର କ୍ଷମା ପାଇଁ
କୁଶ ପରେ କହି ଗଲେ କ୍ଷମାମୟଙ୍କର କ୍ଷମା ବାଣୀ
ପ୍ରେମରେ ସେ କିଣିଲେ ମୋତେ ଆପଣାର ପ୍ରାଣ ଦେଇ ହୋ…(୨ଥର)
ସେ ପ୍ରେମ ପାତିତ ବୁକୁର ରକତ
ବହିଥ୍ବଲା ମୋର ପାଇଁ ହୋ…
ବର୍ଣ୍ଣିବାକୁ ଭାଷା ନାହିଁ
ଆ…ଆ…ଆ…ଆ…