Fullscreen view active. Tap screen to show options.
18px

aso pilamane sadhu kulare

Singer: Traditional / Gospel

ଆସ ପିଲାମାନେ     ସାଧୁ କୂଳରେ 
ମିଳିବା ଏ ସ୍ଥାନେ     ସଣ୍ଡେସ୍କୁଲରେ
ପ୍ରଭୁ ଏହିଠାରେ      ଦେଖା ଦିଅନ୍ତି,
ଆମ୍ଭ ମାଗିବାରେ     ପାଶେ ନିଅନ୍ତି  । ୧ ।
ସଣ୍ଡେସ୍କୁଲରେ ଥାଇ ଜ୍ଞାନ ପାଇବା 
ତ୍ରାଣଜ୍ଞାନ ପାଇ       ଗୀତ ଗାଇବା । 
ଆସ ପିଲାମାନେ     ଆଜ୍ଞା ହେବାରେ 
ମିଳିବା ଏ ସ୍ଥାନେ     ସ୍କୁଲ- ସେବାରେ,
ଯୀଶୁ ଏହିଠାରେ     ଆଶ୍ରା ଦିଅନ୍ତି,
ତାଙ୍କୁ ମାନିବାରେ     କୋଳେ ନିଅନ୍ତି  । ୨ ।
ଆସ ପିଲାମାନେ     ଆଶ୍ରା ନେବାରେ
ମିଶିବା ଏ ସ୍ଥାନେ     ଆତ୍ମା ସେବାରେ,
ଆତ୍ମା ଏହିଠାରେ     ଶିକ୍ଷା ଦିଅନ୍ତି,
ବିଧି ଅନୁସାରେ      ବାଟେ ନିଅନ୍ତି  । ୩ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *