Fullscreen view active. Tap screen to show options.
BACK
18px
akase uthi nahi se dina tarati
Singer: Traditional / Gospel
ଆକାଶେ ଉଠି ନାହିଁ ସେଦିନ ତାରାଟି
ଅନ୍ଧାର ସରବ ସରଣୀ ସଙ୍କେତ ଦେଇନି ଉଜ୍ଜ୍ୱଳ ଆଲୋକ । ଘୋଷା ।
ଗାଇନି ସରଗ ବାହିନୀ
ଜନମି ନାହିଁରେ ବେଥଲିହିମରେ
ଅମରାବତୀର ଶିଶୁଟି
ପରାଚୀ ପଣ୍ଡିତ ନରେଶ ହେରୋଦ
ନାହାନ୍ତି ଆଜିରେ କେହିଟି କାଳର ଗରଭେ ଲୁଚିଲେ ସରବେ
ଯେସନେ ଅତୀତ କାହାଣୀ । ୧ ।
ଆଜିରେ ଜାଗିଛି ଗ୍ରହ ତାରା କଣ୍ଠେ ସେଦିନ ପୁଲକ ଭାରତୀ
ଜଳସ୍ଥଳ ନଭ ଜଣାଏ ସ୍ୱାଗତ ଶିଶୁର ଜନମ ଜୟନ୍ତୀ
ସଂସାର ପ୍ରବାସେ ମାତିଲୁ ଉଲ୍ଲାସେ
ସାର ହେଲା ଏଥି କାହାଣୀ । ୨ ।
ସେଦିନର ଶିଶୁ ତେଜି ସୁରପୁର ଖୋଜୁଛି ଆଳୟେ ଆଳୟେ
ନେବାକୁ ଜନମ ଏହି ଶୁଭ ଦିନେ ସବୁରି ଆବିଳ ହୃଦୟେ
ସାର୍ଥକ କର ଆଜି ବଡ଼ଦିନେ
ଯୀଶୁ ହେ ଅନ୍ତରେ ଜନମି । ୩ ।
ସୂଚୀମାଳାକୁ ଫେରନ୍ତୁ
ଚନ୍ଦନ ଲାଲ ତେୱାରୀ
November 9, 2020 at 8:09 pm
“ଆକାଶେ ଉଠିନାହିଁ ସେ ଦିନ ତାରାଟି…” ଗୀତଟିରେ “ସେ ଦିନର ତାରାଟି” ହେବ। ଏହି ପ୍ରକାରେ ସଂଶୋଧନ କରି ପ୍ରକାଶ କରିବାକୁ ଅନୁରୋଧ ଜଣାଏ।
Get Christian Lyrics
November 9, 2020 at 8:17 pm
thank you so much sir. we wil soon correct it