Fullscreen view active. Tap screen to show options.
18px

aahe jishu ishwara hoi mohimo kumoro

Singer: Traditional / Gospel

ଆହେ ଯୀଶୁ ଈଶ୍ୱର, ହୋଇ ମହାମହିମ କୁମର
କେଡ଼େ ଦୁଃଖ କଲ ଅଙ୍ଗୀକାର ! । ଘୋଷା ।
ଆହା ସେହି ଗେତ୍ସେମନି ବଗିଚାରେ ହୋଇଥିଲ କି ବ୍ୟାକୁଳ !
ଆଉ ସେହି ଭୟାନକ କ୍ରୁଶୋପରେ ସହିଲ କି ଦୁଃଖ ଘୋର !    । ୧ ।
ଦୁଃଖରୂପ ଜଳେ ତୁମ୍ଭେ ହେଲ ମଗ୍ନ ରକ୍ତେ ବୁଡ଼ିଲା ଶରୀର,
ମରଣ କାଳ ସମାନ ତୁମ୍ଭ ପ୍ରାଣ ହୋଇଲା ଅତି ବ୍ୟାକୁଳ
ଅଧୋମୁଖ ହୋଇ ଭୂମିରେ ପଡ଼ିଲ ହୋଇଣ ଦୁଃଖେ କାତର,     । ୨ ।
ରକ୍ତ ଟୋପା ପରି ତୁମ୍ଭ ଝାଳବାରି ପଡ଼ିଲା ଭୂମି ଉପର 
ଅପମାନ କ୍ରୁଶ କାନ୍ଧେ ଥିଲ ବହି ଆହୁରି ମୋ ପାପଭାର,         । ୩ ।
ଏଥିପରେ ଦୁଃଖ ତାଡ଼ନା ଭୋଗିଲ ଦାରୁଣ କ୍ଳେଶ ପ୍ରହାର 
ମସ୍ତକରେ ବ୍ୟଥା ହସ୍ତ ପାଦେ କଣ୍ଟା ପାଶ୍ୱର୍ରେ ବିନ୍ଧା ଆବର, । ୪ ।
ବହେ ଧାର ଧାର ସନ୍ତାପ ରୁଧିର ପୁଣି ବହେ ଦୟା ନୀର ଯୀଶୁ,
ତୁମ୍ଭ କଣ୍ଟା ମୁକୁଟ ଭୂଷଣ ମୋର ଗୌରବ କାରଣ,    । ୫ ।
ତୁମ୍ଭ ଦୁଃଖ ନିନ୍ଦା ଦାରୁଣ କଷଣ ପ୍ରତିକାର ମୂଳ ମୋର            । ୬ ।
ଆହେ ଗେତ୍ସେମନି, ହେ ଆଶ୍ଚର୍ଯ୍ୟ କ୍ରୁଶ, ହେ ଯୀଶୁ ଦୟାସାଗର,
ତୁମ୍ଭ ମହା ପ୍ରେମ ଯାତନା କଷଣ ମନୁ ନୋହିବ ପାସୋର        । ୭ । 
 
ଯହିଁରେ ଶୁଝିବି ତୁମ୍ଭ ମହା ପ୍ରେମ ଏମନ୍ତ କି ଅଛି ମୋର ?
ଏହି ମାତ୍ର ମୁହିଁ ଦେବାକୁ ପାରଇ ଦେହ ପ୍ରାଣ ବଳ ମୋର        । ୮ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *