Fullscreen view active. Tap screen to show options.
18px

ତ୍ରାଣକର୍ତ୍ତା ଯୀଶୁ ସୁଶବ୍ଦ ଲାଗିଲା କର୍ଣ୍ଣେ ଆମୋଦ

ତ୍ରାଣକର୍ତ୍ତା ଯୀଶୁ ସୁଶବ୍ଦ ଲାଗିଲା କର୍ଣ୍ଣେ ଆମୋଦ,
ଜନ୍ମାଇଲା କି ଆହ୍ଲାଦ । ଘୋଷା । 
 
ମୁହିଁ ପାପୀ ଜନ ଥିଲି ପାପ ଶୟତାନ ଫାଶେ ବନ୍ଧନ,
ମୋର ବନ୍ଧନ କାଟିଣ କଲେ ମୋତେ ପରିତ୍ରାଣ,
କ୍ଷମା କଲେ ଯେତେ ମୋର ଅସଂଖ୍ୟ ପାପାପରାଧ । ୧ ।
ପୁଣି ଥିଲି ମୁହିଁ ଶୟତାନ ଦାସତ୍ୱରେ ଦାସ ଯେ ହୋଇ
କରି ତାଙ୍କ ରକ୍ତପାତ ଦାସତ୍ୱରୁ କଲେ ମୁକ୍ତ,
ଦେଇ ରକ୍ତ କଲେ କ୍ରୀତ, ହୋଇଲି ତାଙ୍କର ବାଧ୍ୟ । ୨ । 
 
ଥ ôଲା ଅତିଶୟ ମୋ ଉପରେ ପାପ-ବୋଝ ଋଣର ଦାୟ,
ବହିଲେ ମୋ ବୋଝ ପୃଷ୍ଠେ, କି ଉଶ୍ୱାସ କଲେ ମୋତେ ! 
ମୋର ମହା ମହା ପାପ-ଋଣ କଲେ ପରିଶୋଧ । ୩ । 
 
ମୁହିଁ ଅପବିତ୍ର ପାପଦାଗ କଳଙ୍କରେ ଥିଲି ଗ୍ରସିତ,
ପାପ ନେଲେ, ପୁଣ୍ୟ ଦେଲେ କଳଙ୍କ ମାର୍ଜନା କଲେ;
ପାପ ନରକରୁ ରକ୍ଷା ପାଇଲି ଧରି ଶ୍ରୀପାଦ । ୪ ।
 
 ମୁହିଁ ଅଭାଜନ ଥିଲି ଅତି ଦୀନହୀନ ମୃତ୍ୟୁ ଅଧୀନ,
କରି ମୋତେ ମହା ପ୍ରେମ ତେଜିଲେ ନିଜ ଜୀବନ,
ମୋର ପାପ ହେତୁ ତାଙ୍କୁ ଘଟିଲା ମୃତ୍ୟୁ ପ୍ରମାଦ । ୫ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *