Fullscreen view active. Tap screen to show options.
18px

ପ୍ରଭୁ ହେ ତୁମେ ମୋର ପରାଣ ସଖା, ମନ ମନ୍ଦିରେ ଅଙ୍କା

ପ୍ରଭୁ ହେ ତୁମେ ମୋର ପରାଣ ସଖା, ମନ ମନ୍ଦିରେ ଅଙ୍କା
ସେହି ପ୍ରେମ ମୂରତି ପ୍ରୀତିରେଖା । ଘୋଷା ।
ଜନମେ ମରଣେ ମତି ପଙ୍କଜଚରଣେ ରହିଥାଉ,
ଏହି ମୋ ଭିକ୍ଷା ପ୍ରଭୁ ହେ,
ଦିବ୍ୟ ନୟନେ ମମ ନିତ୍ୟ ସେ ପ୍ରେମ ଧାମ ହୋଇ ଯାଉଥାଉ ନିତି ଲେଖା,
ଏହି ମୋର ଅନ୍ତିମ ଭିକ୍ଷା ପ୍ରଭୁ ହେ
ଜନମେ ମରଣେ ଦିଅ ଦେଖା । ୧ ।
ଅଘ ତାମସ ମୋର କରି ପ୍ରଭୁ ସଂହାର ଦେଲ ଯେଉଁ ମହତ ଦୀକ୍ଷା - ପ୍ରଭୁ ହେ,
ସେହି ପୁତଃ ନାମ ଦିବାନିଶି ସୁମରଣ,
କରାଇ ମେଣ୍ଟାଅ ଦିଦୃକ୍ଷା - ପ୍ରଭୁ ହେ, ପ୍ରେମରେ କର ପରୀକ୍ଷା,
(ମୋତେ) ପଦେ ପଦେ ଦିଅ ସେହି ଶିକ୍ଷା । ୨ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *