Fullscreen view active. Tap screen to show options.
18px

koro boro konyaanka proti kolyaano

Singer: Traditional / Gospel

କର ବର କନ୍ୟାଙ୍କ ପ୍ରତି କଲ୍ୟାଣ
ପ୍ରଭୁ ହୋଇ ଏ ସଭାରେ ବିଦ୍ୟମାନ । ଘୋଷା ।
ଯେତେ ଦିନ ସଂସାରରେ ରଖ ଆପଣ ପ୍ରେ-ରଜ୍ଜୁ ଦ୍ୱାରା ବାନ୍ଧ ଦୁହିଁଙ୍କ ପ୍ରାଣ,
ଅନ୍ନ ବସନ ଦାନ     କର ଯାବଜ୍ଜୀବନ, ସର୍ବ କର୍ମେ ସହାୟ      
ହୁଅ ହେ ଦୟାମୟ, କ୍ଷେତ କି ଧନଜନ     କର ହେ ସୁକଲ୍ୟାଣ,
କରାଅ ତବ ଭକ୍ତି ସାଧନ । ୧ । 
 
ପରକାଳ ଚିନ୍ତା ହେଉ ସଦା ସ୍ମରଣ,
ତବ ସିଂହାସନ ହୃଦେ କର ସ୍ଥାପନ,
ସଂସାର ସୁଖ ଯେତେ            ଜଳବିମ୍ବର ମତେ,
କ୍ଷତିରେ କି ଶୋଚନା    ଖ୍ରୀଷ୍ଟ ମୋ ମହାଧନ,
ଏ ଆଜ୍ଞା କରି ମନେ ଆନନ୍ଦେ ସର୍ବଦିନେ ସୁଶାନ୍ତିରେ ରହିବେ ଯେସନ । ୨ ।
 
 ଅବ୍ରାହାମ ସାରା ଦୁଇ ପ୍ରାଣୀ ଯେସନ,
ଏମାନଙ୍କ ବ୍ୟବହାର ହେଉ ତେସନ,
ରଖି ତୁମ୍ଭରେ ଚିତ୍ତ ହେଉନ୍ତୁ ପ୍ରିୟପାତ୍ର, ଦୁଃଖ ମୃତ୍ୟୁ ସଙ୍କଟେ ହୁଅ ପ୍ରଭୁ ନିକଟେ,
ଧୈର୍ଯ୍ୟ ଧରିଣ ମନେ ଶେଷେ ସ୍ୱର୍ଗ ଭୁବନେ ରହିବେ ଯେହ୍ନେ ଏହି ଯାଚନ । ୩ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *