Fullscreen view active. Tap screen to show options.
18px

କରି ଯୋଡ଼ କର ଖୋଲି ହୃଦ ଦ୍ୱାର ବସିଅଛି ପରା ତୁମରି ଆଶେ

କରି ଯୋଡ଼ କର ଖୋଲି ହୃଦ ଦ୍ୱାର ବସିଅଛି ପରା ତୁମରି ଆଶେ,
କାହିଁ ଅଛ ସଖା ? କେବେ ଦେବ ଦେଖା ?
କେବେ ହେବ ଉଭା ହୃଦ ଆବାସେ ? । ଘୋଷା ।
ଆଘାତ କରି ମୋ ହୃଦୟ ଦୁଆରେ ଡାକିଅଛ କେତେ ମୃଦୁ ମଧୁ ସ୍ୱରେ;
ସେ ପ୍ରାଣ ପିପାସା, ସେ ଆଦର ଭାଷା
ନ ପଶିଲା ମୋର ମୁଗ୍ଧ ମାନସେ । ୧ । 
 
ଗୋପନେ ଗୋପନେ ନିଅ ସମାଚାର,
କେତେ ଯେ ଭାବନା ଭାବ ହେ ମୋହର ତବ ପ୍ରେମ ରୀତି ସୁକୋମଳ ଅତି
ପାଇବି କି ଏହା ଆଉ କା ପାଶେ ? । ୨ । 
 
ଭୁଲିଛି ଯେ ଥରେ ତବ ପ୍ରଲୋଭନେ ବିରତ କି ହେବ ତବ ଅନ୍ୱେଷଣେ ?
ତୁମରି ବିରହ ବାଜେ ଅହରହ ମରମେ ମରମେ ପ୍ରତି ନିମିଷେ । ୩ । 
 
ଖୋଲି ଦେଇଛି ମୁଁ ହୃଦୟ ଦୁଆର ଦେଖା ଦେବ ବୋଲି 
ହେ ରୂପସାଗର ବାହାର ଭିତର କରି ଭରପୂର
ଅପରୂପ ରୂପେ ରାଜ ମୋ ପାଶେ । ୪ ।
ସୂଚୀମାଳାକୁ ଫେରନ୍ତୁ

0 comments on “କରି ଯୋଡ଼ କର ଖୋଲି ହୃଦ ଦ୍ୱାର ବସିଅଛି ପରା ତୁମରି ଆଶେ”

  1. KAMESWAR MANDANGI

    May 2, 2022 at 5:52 pm

    Reply

    Priase the lord i want to more song oriya and Hindi

Leave a Reply

Your email address will not be published. Required fields are marked *