Fullscreen view active. Tap screen to show options.
18px

jishu prati kara drusti mono hruste

Singer: Traditional / Gospel

ଯୀଶୁ ପ୍ରତି କର ଦୃଷ୍ଟି ମନ ହୃଷ୍ଟେ ଅତି ହେ । ଘୋଷା । 
 
ଦେଖ ହେ ମନ କି ଆଶ୍ଚର୍ଯ୍ୟ ଦର୍ଶନ ! କରୁଛନ୍ତି ଯୀଶୁ ପୁନରାଗମନ;
ଦିଶୁ ସେ ଅଛନ୍ତି ସୁନ୍ଦର କେମନ୍ତି ଜଗତରେ ଥିବା ପ୍ରତି ହେ । ୧ । 
 
ଯେଉଁ ଯୀଶୁ ଥରେ ଗୋରୁ ଗୁହାଳରେ ଶୋଇଥିଲେ ହୋଇ ଜଡ଼ିତ ବସ୍ତ୍ରରେ 
ଏବେ ସେ କେମନ୍ତ ଗୌରବରେ ଅତି ମର୍ତ୍ତ୍ୟ ପୁରେ ଆସୁଛନ୍ତି ହେ । ୨ ।
ଜଗତ-ପ୍ରବାସ କାଳେ ଯାହାଙ୍କର ଥିଲେ ସଙ୍ଗରେ ଇତର ମତ୍ସ୍ୟଧାରୀ
ଅୟୁତ ଅୟୁତ ପରାକ୍ରାନ୍ତ ଦୂତ ଏବେ ତାଙ୍କୁ ଘେରିଛନ୍ତି ହେ । ୩ । 
 
ପନ୍ତିୟ ପିଲାତ ହୋଇ ଜ୍ଞାନ ହତ କରିଥିଲା ଯା’ଙ୍କୁ ଦଣ୍ଡ ଆଜ୍ଞା ବ୍ୟକ୍ତ,
ଛାମୁରେ ତାଙ୍କର ବିଚାର ନିମିତ୍ତ ଉଭା ସର୍ବଦେଶୀ ଜାତି ହେ । ୪ । 
 
ହୋଇ ଦୀନହୀନ ଦାସର ସମାନ ଭୋଗିଥିଲେ ଯେ ଅପମାନ ମରଣ,
ସର୍ବଦେଶୀଙ୍କର କର୍ମ-ପୁରସ୍କାର ହସ୍ତେ ସେ ଧରିଅଛନ୍ତି ହେ । ୫ ।
 
ଦେଖ ହେ ମନ, ସେ ତୋ ତ୍ରାଣରାଜନ ଦେବେ ଯେ ତୋତେ ଅନନ୍ତ ପରିତ୍ରାଣ 
କରି ନିତ୍ୟ ଧ୍ୟାନ ତାଙ୍କ ଆଗମନ ରଖ ତାଙ୍କ ପ୍ରତି ଭକ୍ତି ହେ । ୬ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *