Fullscreen view active. Tap screen to show options.
18px

( ସ୍ୱର : ତୁଙ୍ଗ ଶିଖରୀ ଚୁଳ, କୁଞ୍ଜ କାନନ ମାଳ )

( ସ୍ୱର : ତୁଙ୍ଗ ଶିଖରୀ ଚୁଳ, କୁଞ୍ଜ କାନନ ମାଳ ) 
 
ଜାଗରେ ସଇନିକେ ଆର୍ତ୍ତ ଜନତା ଡାକେ ରାତ୍ରିର ଅନ୍ଧକାରେ ପଥ ବାଉଳା,
ଶତ୍ରୁ ଚଉଦିଗେ ହୁଙ୍କାର ଶବଦେ
କରି ଦିଏ କ୍ଷଣେ କ୍ଷଣେ ଛାତି ପତଳା । ଘୋଷା । 
 
ତେଜି ଉଠ ତରୁଣ ସୈନିକ ଦଳ
ଯାଚି ଘେନ ସେନାପତି ବାକ୍ୟ ବଳ
ଆଲୋକର ଶିଖା ଜାଳି, ଅନ୍ଧକାର ଦିଅ ଦଳି
ଯାଉ ଜଳି ଅଶରୀର ବାରୁଦ ଗୋଳା       । ୧ ।
କେହି ଯେବେ ଏ ଅବଧି ରଣ ସଜ୍ଜା
ପିନ୍ଧି ନାହିଁ - ଏବେ ପିନ୍ଧି ଫିଙ୍ଗି ଲଜ୍ଜା
ନୁହେଁ ଖାଲି ସେ ଭୂଷଣ, ରକ୍ଷା କବଚ ପୁଣ
ଉତ୍ତାଳ ଦରିଆରେ ଅଟଳ ଭେଳା           । ୨ ।
ଶୁଣୁ ତୁମ ଦୁର୍ଯ୍ୟଧ୍ୱନି ତୃପ୍ତ ଜନତା
ତୁଟିଯାଉ ମୃତ୍ୟୁଭୟ ଅଈରୀ ଚିନ୍ତା ମୃତ୍ୟୁଞ୍ଜୟୀ ସେନାପତି ସଦା ଆଗେ ଚାଲିଛନ୍ତି
ଅନୁସରି ଆଗ ବଢ଼ ନ କରି ହେଳା । ୩ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *