Fullscreen view active. Tap screen to show options.
18px

ଗର୍ବ ଦମ୍ଭ ଅଭିମାନ କାହିଁକି ଏତେ

ଗର୍ବ ଦମ୍ଭ ଅଭିମାନ କାହିଁକି ଏତେ 
ବାଟ-ବସା ଧୂଳିଘର ରହିବ ସତେ । ଘୋଷା ।
ଏ ତୋର ପୂନେଇଁ ଜହ୍ନ 
ଉଁଆସେ ହୋଇବ ଲୀନ 
ବୃଥା ରୂପ ଯଉବନ ସ୍ୱପନ ଯେତେ     ା ୧ ।
ହଜାଇ ଦେଇ ବିବେକ
 ଜାଣି ନ ଜାଣୁ ମୁରୁଖ
ଅଜାଣତେ ଦିନେ ଡାକ ପଡ଼ିବ ତୋତେ     ା ୨ । 
 
ଏକଲା ଆସିଛୁ ତୁହି 
ସଙ୍ଗେ କେହି ଯିବେ ନାହିଁ 
ସଙ୍ଗତେ ନେଲାଣି ବୋହି କହ କେ କେତେ ?      ା ୩ ।
କାଳ ସାଗର ଉତ୍ତାଳ ନାହିଁ ତାର ଥଳକୂଳ
ପାରିବୁ କି ପାର ହୋଇ ଭଙ୍ଗା ବୋଇତେ ?      ା ୪ ।
ବୁକୁର ରକତ ଦେଇ  ତରୀ ଯେ ଅଛି ବନାଇ
ଚିହ୍ନିଲେ ତରିବୁ ଯାଇ ତା’ ପ୍ରେମ-ପୋତେ  ା ୫ ।
ସୂଚୀମାଳାକୁ ଫେରନ୍ତୁ

0 comments on “ଗର୍ବ ଦମ୍ଭ ଅଭିମାନ କାହିଁକି ଏତେ”

  1. EMMEN KUMAR PANI

    August 20, 2022 at 7:02 am

    Reply

    Plz church ର ଗର୍ବ broken 💔💔💔

Leave a Reply

Your email address will not be published. Required fields are marked *