Fullscreen view active. Tap screen to show options.
18px

prathonaa ki bohumulya ote saadhu lokoro

Singer: Traditional / Gospel

ପ୍ରାର୍ଥନା କି ବହୁମୂଲ୍ୟ ଅଟେ ସାଧୁ ଲୋକର !
ନାହିଁ ଏହା ସମ କିଛି ତା ପ୍ରତି ହିତକର । ଘୋଷା ।
ଏହାର ପ୍ରୟୋଜନ   ଜାଣଇ ଭକ୍ତଜନ,
କଞ୍ôଚ ଅଟେ ଦୟାସନ ଆଶିଷ ଭଣ୍ଡାରର । ୧ ।
ଦେହ ପୁଣି ଆତ୍ମାରେ ମଙ୍ଗଳ  ଲଭିବାରେ
ଇଚ୍ଛା ଥିଲେ ପ୍ରାର୍ଥନାରେ ହୁଏ ସେ ଅଗ୍ରସର । ୨ ।
ତହୁଁ ପାଏ ଆନନ୍ଦ    ସୁଖ ଶାନ୍ତି ସ୍ୱଚ୍ଛନ୍ଦ,
ତା ପ୍ରତି କରୁଣା ବନ୍ଦ ନୁହଇ ପ୍ରଭୁଙ୍କର । ୩ ।
ତା ଆତ୍ମିକ ଜୀବନ    ଏଥି ହୁଏ ଚାଳନ,
ଅଟେ ସେ ତା ପ୍ରିୟଧନ ବିଶ୍ୱାସ ତା ହୃଦର । ୪ ।
ଅଦୃଶ୍ୟ ପ୍ରଭୁ ପ୍ରତି    ବଢ଼ାଏ ପ୍ରେମ ଭକ୍ତି,
ନିକଟେ ଯେହ୍ନେ ଅଛନ୍ତି କରାଏ ତା ଗୋଚର । ୫ ।
ଏତଦ୍ଦ୍ୱାରା ଦର୍ଶନ     ମିଳେ ପ୍ରଭୁ ବଦନ,
ହୁଏ ଅଭାବ ଖଣ୍ଡନ, ଘୋର ଭୟ ଅନ୍ତର । ୬ ।
ଧର୍ମାତ୍ମା ପାଇବାକୁ   ଧ ର୍ମରେ ବଢ଼ିବାକୁ
ପ୍ରାର୍ଥନା ଦ୍ୱାରା ତାହାକୁ ମିଳଇ ଉପକାର । ୭ ।
ନିରାଶ ଭାବେ ମନ ହୋଇଲେ ଅବସନ୍ନ
ଆଶ୍ୱାସ ପାଏ ବହନ କରି ଖ୍ରୀଷ୍ଟେ ନିର୍ଭର । ୮ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *