Fullscreen view active. Tap screen to show options.
BACK
18px
jagare janata aji jagare
Singer: Traditional / Gospel
ଜାଗରେ…ଜା…ଗ..ରେ.. ହେ… ଜାଗ…
ଜାଗରେ ଜନତା ଆଜି ଜାଗରେ ଜାଗ ମନ ପ୍ରାଣ ଆତ୍ମାରେ
ଦୂତ ସାଧୁ କିରୁବ ସଙ୍ଗେ ତୁରୀ ବାଦ୍ୟ ଧ୍ୱନି ତରଙ୍ଗେ…ହୋ
ଦେଖ ଦେଖ ଯୀଶୁ ରାଜା ଆସୁଛନ୍ତି,
ମେଘରଥେ ବରବେଶ ସାଜିଛନ୍ତି ଚାଲ ଭେଟିଯିବା ସରବେ … (ଘୋଷା)
ନିଜ ପରାକ୍ରମେ, ମହା ଗୌରବରେ
କରିବେ ବିଚାର ସେ ଯେ ମ ଆକାଶରେ
କେଡ଼େ ଶବଦରେ କେଡ଼େ ଭୟଙ୍କରେ
ଚମକିବ ଧରା ଧାମ ସେହି ମହାଦିନରେ…( ୨ ଥର)
ମସ୍ତକେ ମୁକୁଟ ପିନ୍ଧିଣ କରିହସ୍ତେ ଖଡ୍ଗ ଧାରଣ..ହୋ….
ଦେଖ ଦେଖ ଯୀଶୁ ରାଜା ଆସୁଛନ୍ତି … |୧|
ନାହିଁ ଆଉ ବେଳ ନାହିଁ ଆଉ କାଳ
ନାହିଁ ଆଉ ଦିନ ମାସ ବରଷ ସମୟ
ସଜବାଜ ହୋଇ ଚାଲରେ ଆଗେଇ
ସେ ସିୟୋନ ପଥେ ସର୍ବେ ପହଞ୍ଚିବା ଯାଇ…(୨ ଥର)
ଯେତେ ପାପୀ ଥିବେ ଧରାରେ ଭୋଗିବେ ଦୁଃଖ ନରକରେ..ହୋ..
ଦେଖ ଦେଖ ଯୀଶୁରାଜା ଆସୁଛନ୍ତି….. |୨|