Fullscreen view active. Tap screen to show options.
18px

( ସ୍ୱର : ପ୍ରଭୋ ବସିଛି ହେ ପଦ ତଳେ )

( ସ୍ୱର : ପ୍ରଭୋ ବସିଛି ହେ ପଦ ତଳେ )
ପ୍ରଭୁ ମୋହିଛ ହେ ପ୍ରେମାଳାପେ ରହିଥିବ ଅବିରତେ ଅଭୟ ପଦ ପାଦପେ । ୦ ।
ଯେବେ ନିଜ ଇଚ୍ଛା ବଶେ
ଉଡ଼ି ବୁଲି ଚିନ୍ତାକାଶେ
ଯାଏ ହୁଡ଼ି ପଥ ତୋଳି
ଧର ନ ଠେଲି ସନ୍ତାପେ  । ୧ ।
 
ପୂର୍ଣ୍ଣ କରି ନିଜ ବାଞ୍ଛା
ପଣ୍ଡ କଲେ ତବ ଇଚ୍ଛା ଦୋଷ ଦେବା ତେଣେ ଥାଉ    
କ୍ଷମ ବାରେ ଅନୁକମ୍ପେ ଜାଣେ ଅନୁଭବେ ମୁହିଁ   । ୨ । 
ବାଞ୍ଛା କଳ୍ପତରୁ ତୁହି ଡାକ ଶୁଣି ରକ୍ଷା କରୁ         
ପଡ଼ିଗଲେ ଭବକୂପେ । ୩ ।
 
ଆଶା କରି ମଧୁ ଫଳେ ବସା କରିଅଛି ଡାଳେ 
ଧରି ରଖ ଯେହ୍ନେ ଖସି ନ ପଡ଼େଟି ଭବ ତାପେ   । ୪ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *