Fullscreen view active. Tap screen to show options.
18px

ପ୍ରଭୁ କରୁଣାରେ ଆଶ୍ରୟ କରି

Singer: Traditional / Gospel

ପ୍ରଭୁ କରୁଣାରେ ଆଶ୍ରୟ କରି
ତାଙ୍କ ବିଧୂ ସବୁ ହୃଦେ ଆଚରି
ଲକ୍ଷ୍ୟ ରଖି ପଦ ଚିହ୍ନ ଯିବି ମୁଁ ଅନୁସରି (ଘୋଷା)
ଏହି ଜଗତ ଦେବ ନାହିଁ ତ, ମନେ ସୁଖ ଶାନ୍ତି କିଛି ତ
ନାହିଁ ମୃତ୍ୟୁଝରା ଯୀଶୁ ପାଶେ ଭରା
ଅନନ୍ତ ଜୀବନର ଝରୀ… |୧|
ହୃଦ ବେଦନା ଚିନ୍ତା ଭାବନା ପ୍ରଲୋଭନ ପରୀକ୍ଷା ନାନା
ହୁଅଇ ପ୍ରବଳ ହେବି ମୁଁ ସବଳ
ପ୍ରିୟତମ ବୁକୁ ଆବରି… |୨|
କେଡ଼େ ଉତ୍ତମ ମୋ ପ୍ରିୟତମ
ଜାଣନ୍ତି ମୋ ସମସ୍ୟାମାନ
ମହତ ଆଶ୍ରୟ ନିକଟି ସହାୟ
ସଙ୍କଟେ ରଖିବେ ଆବରି… |୩|
ମହମବତୀ ଜଳେ ଯେମିତି
ଶେଷ ହେବାଯାଏ ଝଟତି
ମୋ ସାରା ଜୀବନ ଗୌରବ କାରଣ
ଜଳିଯିବି ନାମ ସୁମରି.. |୪|

0 comments on “ପ୍ରଭୁ କରୁଣାରେ ଆଶ୍ରୟ କରି”

  1. Muna

    September 15, 2022 at 8:39 pm

    Reply

    Good

  2. Muna kochim

    September 15, 2022 at 8:40 pm

    Reply

    Good

Leave a Reply

Your email address will not be published. Required fields are marked *