BACK
18px
matira manisha matire mishiba
Singer: Traditional / Gospel
ମାଟିର ମଣିଷ ମାଟିରେ ମିଶିବ
ଚିରଦିନ ତ ରହିବ ନାହିଁ
ଯିଏ ଆପଣାର ସବୁ ହେବେ ପର
କେହି ସଙ୍ଗତେ ରହିବେ ନାହିଁରେ
ଚିରଦିନ ତ ରହିବ ନାହିଁ… (ଘୋଷା)
ହେବରେ ଅନ୍ଧାର ଏ ମାୟା ସଂସାର
ମୃତ୍ୟୁର ଶବଦ ଶୁଭିବ
ମରିବାର ପାଇଁ ଖୋଜିବୁରେ ତୁହି
ତୋ ନିକଟୁ ସେ ଚାଲିଯିବ
ଜଗତ ସମ୍ପଦ ତୋତେ କି ରଖିବା
ବୁଲି ମରିବୁ ପାଗଳ ହୋଇରେ,
ଚିରଦିନ ତ ରହିବ ନାହିଁ… |୧|
ଜନମ ହୋଇଲି ସବୁ ମୁଁ ଖୋଜିଲି
ଅନିତ୍ୟ ଏ ଜୀବନ ପାଇଁ
ସପନ ପରାଏ ସବୁ ହେଲା ମୋର
ବାୟୁର ପଛରେ ଧାଇଲି,
ମୋର ରକ୍ଷା ପାଇଁ ଭବେ ସ୍ଥାନ ନାହିଁ
ସବୁ ହରାଇ ବସିଛୁ ଏକାରେ,
ଚିରଦିନ ତ ରହିବ ନାହିଁ… I୨|
କାହାକୁ କହିବି ମନ କଥା ମୋର
ନାହିଁ କେ ଶୁଣିବାର ପାଇଁ
କୁଶରୁ ଝରୁଛି ଯା ରକତ ଧାର
ଯୀଶୁ ନାମେ ସେ ଭାବଗ୍ରାହୀ
ଯୀଶୁ ଏକା ମୋର ଗଳାର ହାର
ସେହି ଏକା ମୋ ଜୀବନ ସାଥିରେ
ଯୀଶୁ ରହିବେ ମୋ ସାଥି ହୋଇ… |୩|