Fullscreen view active. Tap screen to show options.
BACK
18px
bujhi akhi jebe mu tumo
Singer: Traditional / Gospel
ବୁଜି ଆଖି ଯେବେ ମୁଁ ତୁମ ଦେଖାଏ
କର ମୋତେ ଚକ୍ଷୁହୀନ (ପ୍ରଭୁ)
ଧନ ପାଇଁ ଯେବେ ମୁଁ ତୁମକୁ ହରାଏ
ଲୋଡା ନାହିଁ ସେହି ଧନ (ମୋର)
ମାନ ପାଇଁ ଯେବେ ମୁଁ ତୁମକୁ ହରାଏ
ଲୋଡ଼ା ନାହିଁ ସେହି ମାନ (ଘୋଷା)
ଯାଉ ଦାରା ସୁତ ନଗଣ୍ୟ ସମ୍ପଦ
ଯାହା ଘେନି ମୋର ମାନ,
ତୁମେ ଥିଲେ ପ୍ରଭୁ ଯାଉ ମୋର ସବୁ
ନାହିଁ ତହିଁ ଅଭିମାନ |୧|
କର ପ୍ରଭୁ ମୋତେ ସବୁଠାରୁ ସାନ,
ମାଟିଠାରୁ କର ହୀନ
ଯାଉ ଜ୍ଞାନ, ମାନ ଆତ୍ମୀୟ ସ୍ଵଜନ
ଥାଉ ମୋର ଯୀଶୁ-ଧନ |୨|
କଣ୍ଟକ ମୁକୁଟ ହେଉ ମୋ ଭୂଷଣ
କୁଶ ହେଉ ମୋର ସ୍ଥାନ,
ଅପମାନେ ଯେବେ ତୁମକୁ ମୁଁ ଲଭେ
ତାହା ଶ୍ରେଷ୍ଠ ସନମାନ |୩|
ତୁମରି ସେବାରେ ମତି ମୋର ଥାଉ
ହେ ଜୀବ ଜୀବନ ସଖା,
ପବିତ୍ର ଜୀବନ କାଟିବି ଯେସନ
କର ଏହି ବର ଦାନ |୪|
ଚନ୍ଦନ ଲାଲ ତେୱାରୀ
November 9, 2020 at 7:54 pm
“ବୁଜି ଆଖି ଯେବେ ତୁମ ଦେଖା ପାଏ…” ଗୀତଟି ସମ୍ପୂର୍ଣ୍ଣ ଭୁଲ ଲେଖାଯାଇଛି।ଗୀତଟି ସମ୍ବନ୍ଧରେ ସଠିକ ଜ୍ଞାନ ନ ଥାଇ ଏ ଭଳି ପଥକ୍ଷେପ ନିତାନ୍ତ ଦୁଃଖର ବିଷୟ। ଏହାଦ୍ଵାରା ଗୀତଟିର ରଚକଙ୍କ ସମ୍ମାନରେ ଆଞ୍ଚ ଆସିଛି। ଏହି ଗୀତଟିକୁ ସଠିକ ଭାବେ ପ୍ରକାଶ କରିବାକୁ ଅନୁରୋଧ ଜଣାଉଛି।
Get Christian Lyrics
November 9, 2020 at 8:15 pm
thankyou so much sir. since we added many songs at a stretch so we are getting lot of typing errors. we are so glad u pointed out we will soon correct it. in fact every we are working on corrections and adding more songs also. we expect your valuable contributions. thankyou so much
Kunual beero
October 4, 2022 at 12:06 pm
Amen