Fullscreen view active. Tap screen to show options.
18px

ଦୁଃଖହାରୀ ବନ୍ଧୁ ମମ କେହି ନାହିଁ ଯୀଶୁ ବିନେ, dukhohaari bondhu mom kehi naahi jishu bine

Singer: Traditional / Gospel

ଦୁଃଖହାରୀ ବନ୍ଧୁ ମମ କେହି ନାହିଁ ଯୀଶୁ ବିନେ,
ଦୁଃଖ-ରାତି ସୁଖେ ଭାତି
ଫୁଟି ଉଠେ ଜୀବନେ ା ଘୋଷା ।
ଯେବେରେ ହୃଦୟାକାଶେ ବାଦଲ ଘନାଇ ଆସେ,
କିଏ ଆସି ହସି ହସି ଦୁଃଖ ହରେ ତତ୍‌କ୍ଷଣେ           ା ୧ । 
 
ଯେବେରେ ମରୁର ବାଆ ପୋଡ଼ି ଜାଳି ଦିଏ 
ଆହା ସରସ ସପନ ଯେତେ ରଙ୍ଗ ରଙ୍ଗ ଛବି ନୂଆ
ସେ ମୋର ଯୀଶୁରେ ଭାଇ ମୋହନ ପରଶ ଦେଇ 
ବୁକୁ ପରେ ଆଉଜାଇ ଆଶ୍ରା ଦିଏ ଶ୍ରୀଚରଣେ            ା ୨ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *