Fullscreen view active. Tap screen to show options.
18px

ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ ey nobo joubono bayasa

ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ,
ହେବ ଆଗମନ ଦାରୁଣ ଦୁର୍ଦ୍ଦିନ,
ହେବ ଆସି ଜରାବସ୍ଥା ପ୍ରବେଶ । ଘୋଷା । 
 
ଏଣୁ ହେବ ଦୃଷ୍ଟି ଅନ୍ଧାର ନିରନ୍ତର ବହିବ ନୀର,
ଦନ୍ତ ହେବ କ୍ଷୀଣ, ଶକ୍ତି ହେବ ହୀନ,
ଗୋଟି ଗୋଟି ହୋଇ ପାଚିବ କେଶ    ା ୧ ।
ଥ ର ହର ହେବ ଶରୀର, ଭୟ ହେବ ଉଚ୍ଚ ସ୍ଥାନର,
ଆଉ ବାଟେ  ଘାଟେ କରତେ ଯାଆସ,
ନିୟତ ଜନ୍ମିବ ମନରେ ତ୍ରାସ     ା ୨ ।
ଏହି କି ସୁନ୍ଦର ବଦନ, ଧୂଳି ଦେହ ପୂର୍ବ ସମାନ,
ଆତ୍ମାଦାତାଠାରେ ଆତ୍ମା ଫେରିଯିବ
ଯେଣୁ ଏ ତାହାର ଅଟେ ପ୍ରବାସ । ୩ । 
 
ଏଣୁ କରି ଯୌବନେ ମନ କର ଈଶ୍ୱରଙ୍କୁ ସ୍ମରଣ,
ଅବା ବୃଦ୍ଧକାଳେ ପଡ଼ିଣ ଜଞ୍ଜାଳେ 
ବୋଲିବ ଏଥିରେ ନାହିଁ ହରଷ । ୪ ।
ସୂଚୀମାଳାକୁ ଫେରନ୍ତୁ

0 comments on “ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ ey nobo joubono bayasa”

  1. Ramesh Palaka

    December 27, 2024 at 4:32 am

    Reply

    Ramesh Palaka

Leave a Reply

Your email address will not be published. Required fields are marked *