Fullscreen view active. Tap screen to show options.
18px

କାହିଁରେ ଭୁଲିଅଛୁ ମୂଢ଼ ପାମର ମନ

କାହିଁରେ ଭୁଲିଅଛୁ ମୂଢ଼ ପାମର ମନ ?
ବିଅର୍ଥେ ବହିଗଲା ତୋର ସକଳ ଦିନ । ଘୋଷା । 
 
ସୁତ ବିତ୍ତ ଆବୋରି ବୋଲୁଥାଉ ମୋହରି,
ଦିନେ ଭାବିଲୁ ନାହିଁ କାହୁଁ ତୋର ପତନ ? । ୧ । 
 
କେତେ ଦିନକୁ ମନ ବାନ୍ଧି ଅଛୁରେ ଟାଣ ?
ସତେ କି ଏ ସଂସାରେ ରହିବୁ ସଦାଦିନ ? । ୨ । 
 
ମୃତ୍ୟୁ ନେବ ହଠାତ, ମନେ ନ ଥିବ ଚେତ,
ଟେଳା ପରାଏ ଚୂର୍ଣ୍ଣ ହୋଇବ ତୋର ଟାଣ । ୩ । 
 
ମରଣ କାଳେ ତୁହି କି ଧନ ନେବୁ ବହି ?
ନିର୍ବୋଧ ଧନୀ କଥା କର ମନେ ସ୍ମରଣ । ୪ । 
 
କ୍ଷେତ୍ରେ ଶସ୍ୟ ତାହାର ହେଲା ବହୁ ଅମଳ,
ଭାବିଲା, କି କରିବି ? କାହିଁ ରଖିବା ସ୍ଥାନ । ୫ ।
ପୁଣି ମନେ ଭାବିଲା, ଭାଙ୍ଗିବି ସବୁ ଗୋଲା,
ବିସ୍ତାରି ବଡ଼ ବଡ଼ ପୁଣି କରି ନିର୍ମାଣ । ୬ । 
 
କରି ସଞ୍ôଚତ ତହିଁ ମନେ କହିବି ମୁହିଁ,
କୌତୁକେ ରହ ମନ କରି ଭୋଜନ ପାନ । ୭ । 
 
ପ୍ରଭୁଙ୍କ ଏ ବଚନ, ଆରେ ନିର୍ବୋଧ ଜନ,
ଆଜ ରାତ୍ରିରେ ଘେନିଯିବା ତୋହର ପ୍ରାଣ । ୮ ।
ଏଣୁ ହେ ମୋର ମନ ହୁଅ ତୁ ସାବଧାନ,
ସ୍ୱର୍ଗପୁରେ ସଞ୍ଚୟ କର ଅକ୍ଷୟ ଧନ । ୯ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *