Fullscreen view active. Tap screen to show options.
18px

ମନ୍ଦ ମତି, ନାହିଁ କି ମନେ ଭୀତି ? mondo moti naahin ki mone bhiti

Singer: Traditional / Gospel

ମନ୍ଦ ମତି, ନାହିଁ କି ମନେ ଭୀତି ? । ଘୋଷା ।
 
ଯହିଁରେ ଅହିତ  
ତହିଁରେ ନିରତ ବଳାଉ ଥାଇ ତୁ ମତି । ୧ ।
ଦେଖି ଜାଣି ଶୁଣି 
ମନ୍ଦ ବୋଲି ମଣି ବିମୁଖ ନୋହୁ ତା ପ୍ରତି । ୨ ।
ଅସାରରେ ରୁଚି
ସାରରେ ଅରୁଚି,
ଏ କି ବିପରୀତ ରୀତି । ୩ ।
ଆୟୁ ପରିମାଣ 
ପରିତ୍ରାଣ ଦିନ ବହିଯାଉଛି ଝଟତି । ୪ ।
ହୋଇ ତୁ ଚିନ୍ତିତ
ଅନ୍ତରେ କମ୍ପିତ
ଯତ୍ନେ ସାଧ ଆତ୍ମା ମୁକ୍ତି । ୫ ।
ଯେ ତୋତେ ତାରିବେ ସ୍ୱର୍ଗେ ବାସ ଦେବେ,
ଭଜ ଯୀଶୁ ନାମ ନିତି । ୬ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *