Fullscreen view active. Tap screen to show options.
18px

ଦିଅ ସୁସ୍ଥିର ମତି, କର ସ୍ଥିର ମୋ ଚଞ୍ଚଳ ଗତି

ଦିଅ ସୁସ୍ଥିର ମତି,
କର ସ୍ଥିର ମୋ ଚଞ୍ଚଳ ଗତି,
ଯୀଶୁ, କରିବି ହେ ତୁମ୍ଭ ସ୍ତୁତି । ଘୋଷା । 
 
ଏହି ମନ୍ଦିରକୁ କଲ ମନୋନୀତ କରିବା ପାଇଁ ବସତି,
ଏଣୁ ମୁହିଁ ତହିଁ ଦେଲି ପାଦ ଥୋଇ ସାବଧାନ ହୋଇ ଅତି 
ସଂସାରର ଚିନ୍ତା ଦୂରେ ପରିହରି ଆସିଛି, ତୁମ୍ଭର କତି, ା ୧ ।
ଦେହ ପ୍ରାଣ ଦୁଇ ସମର୍ପିବି ମୁହିଁ ତୁମ୍ଭର ବାକ୍ୟର ପ୍ରତି 
ଆତ୍ମା ଦ୍ୱାରା ସତ୍ୟତାରେ ମୋର ଭକ୍ତିପୂର୍ଣ୍ଣ ହେଉ ତୁମ୍ଭ ପ୍ରତି,    ା ୨ ।
ନିଶ୍ଚଳରେ ଚାହିଁ ପ୍ରେମ-ସୁଧା ପିଇ କରିବି ପିପାସା ଶାନ୍ତି 
ମରିୟମ ପରି ଶ୍ରୀଚରଣେ ବସି କରୁଥିବି ମୁହିଁ ଭକ୍ତି,    ା ୩ ।
ପୁଣି ତାହା ପରି ପାପେ ଖେଦ କରି ଯେମନ୍ତ ଲଭିବି ମୁକ୍ତି        ା ୪ ।
ମୁହିଁ ମୂଢ଼ମତି କରୁଛି ବିନତି, ହେଉ ଦୟା ମୋର ପ୍ରତି,
ଏହି ରୂପେ ଦିନ ଯେହ୍ନେ ବହିଯିବ ପହଞ୍ôଚବି ତୁମ୍ଭ କତି  ା ୫ ।
ସ୍ୱର୍ଗପୁରେ ଯାଇ ସାଧୁ ମେଳେ ରହି ପାଶୋରିବି ମୋ ଦୁର୍ଗତି,
ବହୁକାଳ ବାଞ୍ଛା ସମ୍ପୂର୍ଣ୍ଣ ହେବାରୁ ଗାଇବି ହେ ଗୁଣ କୀର୍ତ୍ତି          ା ୬ ।
ସୂଚୀମାଳାକୁ ଫେରନ୍ତୁ

0 comments on “ଦିଅ ସୁସ୍ଥିର ମତି, କର ସ୍ଥିର ମୋ ଚଞ୍ଚଳ ଗତି”

  1. Chheligada upasana Christian song

    July 18, 2021 at 6:58 am

    Reply

    ପଦ number ଭଲ ହେଇଛି

Leave a Reply

Your email address will not be published. Required fields are marked *