Fullscreen view active. Tap screen to show options.
BACK
18px
drudha kono pasanara upare biswasa bharasa
Singer: Traditional / Gospel
ଦୃଢ଼ କୋଣ-ପାଷାଣର ଉପରେ ବିଶ୍ୱାସଭରସା-
ମନ୍ଦିର ତୋଳିଛି ମୂଳଦୁଆ ଚିହ୍ନି ଯତ୍ନରେ.... । ଘୋଷା ।
ସେ ତ ଅନାଦି କାଳର ପଥର, ଯାକୁ ଭାଙ୍ଗି ନ ପାରେ ଜଳାକର,
ଦୁର୍ବଳ ପତିତ ଗୃହ ମୁଁ ତୋଳୁଛି, କାଳେ କାଳେ ଭାଙ୍ଗି ନ ପାରେ .... । ୧ ।
ଯେଉଁ ପାଷାଣ ସର୍ବଶକ୍ତିମାନ ଆପେ ସିୟୋନରେ କଲେ ସ୍ଥାପନ,
ପାପ-ତାପ-ବଢ଼ି-ନରକ-ଲହଡ଼ୀ ପରାଜୟ କରି ନ ପାରେ .... । ୨ ।
ଚିହ୍ନି ନ ପାରିଣ ଗାନ୍ଥକଗଣ ଅତି ତୁଚ୍ଛରେ କଲେ ନିବାରଣ,
ପାଷାଣୁଁ ବାଲିକି କରି ମନୋନୀତ ମଲେ ସର୍ବନାଶ ବଢ଼ିରେ.... ା ୩ ।
ଯଦ୍ୟପି ନରକର ପରାକ୍ରମ ଅବା ଦୁରନ୍ତ ଶତ୍ରୁ ଶୟତାନ
ଘୋର ଅଗ୍ନିବାଣ କରେ ନିକ୍ଷେପଣ ମୂଳଦୁଆ ହଲି ନ ପାରେ.... ା ୪ ।
ଯୀଶୁ ମୋର ଦୃଢ଼ କୋଣ-ପାଷାଣ, ତହିଁପରେ ମୋ ମନ୍ଦିର ନିର୍ମାଣ,
ପ୍ରଚଣ୍ଡ ପବନ ବହି ଘନ ଘନ ମୋ ଗୃହକୁ ଭାଙ୍ଗି ନ ପାରେ.... ା ୫ ।
ସୂଚୀମାଳାକୁ ଫେରନ୍ତୁ