Fullscreen view active. Tap screen to show options.
BACK
18px
Aado kathe chanda aji ଆଡ଼ କାଠେ ଛନ୍ଦା ଆଜି
Singer: Traditional / Gospel
ଆଡ଼ କାଠେ ଛନ୍ଦା ଆଜି
ଇଶ୍ବ ସୂତ ମୋ ପାଇଁ
କଲେ ମୋତେ ଉଧାର
ନେଇ ମୋର ପାପ ଭାର
ପ୍ରେମର ନିର୍ଝର ମୋହର ପ୍ରାଣର ।।0।।
ନିନ୍ଦା ଅପମାନ ଯାହା
ମୋ ଲାଗି ରଖା ଥିଲା
କୋରଡ଼ାର କୋଷା ଘାତ
ମୋ ପାଇଁ ଯାହା ଥିଲା
ସବୁ ନେଲ ନିଜ ପରେ
ପ୍ରେମିକ ଯୀଶୁ ମୋର
କଲେ ମୋତେ ଉଧାର
ନେଇ ମୋର ପାପ ଭାର
ପ୍ରେମର ନିର୍ଝର ମୋହର ପ୍ରାଣର।।1।।
ବିପଦରେ ଯାଏ ଯେବେ
ଝରାନ୍ତି ସେ ଲୋତକ
ପ୍ରେମ ଡୋରେ ବାନ୍ଧି ମୋତେ
କରାନ୍ତି ଅନୁଗତ
ତାଙ୍କ ପ୍ରେମ ଚିରନ୍ତନ
ବୋଧରସେ ଅଗମ୍ଯ
କଲେ ମୋତେ ଉଧାର
ନେଇ ମୋର ପାପ ଭାର
ପ୍ରେମର ନିର୍ଝର
ମୋହର ପ୍ରାଣର ।।2।।