Fullscreen view active. Tap screen to show options.
18px

dhanya jishu dhanya jishu

Singer: Traditional / Gospel

ଧନ୍ୟ ଯୀଶୁ, ଧନ୍ୟ ଯୀଶୁ,
ଧନ୍ୟ ଯୀଶୁ ପ୍ରିୟ ନାମ । ଘୋଷା ।
ଯୀଶୁ ସର୍ବ ଗୁଣଧାମ, କେ କରିପାରେ ବର୍ଣ୍ଣନ;
ତ୍ରିଭୁବନେ ତାଙ୍କ ସମ କିସ ଅଛି ତୁଳନା । ୧ । 
 
ଯୀଶୁ ସତ୍ୟ ପ୍ରେମ ରତ୍ନ, ସେହି ଦେଲେ ତନୁ ପ୍ରାଣ;
ମନ, ଧର କରି ଯତ୍ନ, ତାଙ୍କ ପଦେ ଶରଣ । ୨ ।
ଯୀଶୁ’ଛନ୍ତି ସ୍ୱର୍ଗସେତୁ, କୋଣ ପଥର ପ୍ରମାଣ;
ଦୀନହୀନ ପାପୀ ହେତୁ ପିତ୍ରୁଦତ୍ତ ପରିତ୍ରାଣ । ୩ ।
ଯୀଶୁ ପ୍ରାଣଦାୟୀ ବୃକ୍ଷ, ତହୁଁ ନିତ୍ୟ ତୋଳ ଫଳ;
ତାଙ୍କ ଛାୟା ତଳେ ବସ, ସେ ତ ଅତି ରମ୍ୟ ସ୍ଥଳ । ୪ ।
 
ଯୀଶୁ ଅମୃତ ଅର୍ଣ୍ଣବ, ଅନୁକ୍ଷଣ କର ପାନ;
ସର୍ବ ପୁଷ୍ପର ସୌରଭ, ତହୁଁ ସଦା କର ଘ୍ରାଣ । ୫ । 
 
ଯୀଶୁ ସର୍ବ ଗୁଣମଣି, ତାଙ୍କ ମହିମା ଅପାର;
ମୁଁ ପାପୀ କି ପାରେ ଭଣି ଯୀଶୁ ନାମ ଗୁଣାକାର । ୬ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *