Fullscreen view active. Tap screen to show options.
18px

haayo khristo jantronaa

Singer: Traditional / Gospel

ହାୟ ଖ୍ରୀଷ୍ଟ ଯନ୍ତ୍ରଣା !
ନୁହେଁ କରି ବର୍ଣ୍ଣନା,
ଅନୁକ୍ଷଣେ ମନ କର ଭାବନା । ଘୋଷା ।
ତ୍ରିଭୁବନ କର୍ତ୍ତା ହୋଇ            ନର ରୂପ ନେଲେ ସେହି,
ପାପୀ ଉଦ୍ଧାରିବା ପାଇଁ କରେ କରୁଣା । ୧ ।
ପ୍ରଭୁ ହୋଇ ଦାସାକାରେ        ଜନ୍ମିଲେ ଦରିଦ୍ର ଘରେ,
କେତେ କଷଣ ସହିଲେ          ନୁହେଁ କଳନା         । ୨ ।
ଗେତ୍ସେମନି ବଗିଚାରେ          କି ଦୁଃଖ ପ୍ରଭୁ ସହିଲେ !
ଜଗତର ପାପଭାରେ ବ୍ୟାକୁଳମନା          । ୩ ।
ଦୁଃଖ କଣ୍ଠାଗ୍ରତ ପ୍ରାଣ,               ଡାକିଲେ ହେ ପିତା ଶୁଣ,
ହେଉ ଶ୍ରୀ ଇଚ୍ଛା ପ୍ରମାଣ,           ଏ ମୋ ପ୍ରାର୍ଥନା      । ୪ ।
ମରଣ କାଳର ପରି  ହୋଇଲା ସେ ଦୁଃଖ ଭାରୀ,
ସର୍ବାଙ୍ଗୁ ପଡ଼ଇ କ୍ଷରି  ରକ୍ତ ପସିନା          । ୫ ।
ଖଡ୍ଗ ଯଷ୍ଟି ନେଇ ହସ୍ତେ          ଧଇଲେ ଚୋରର ମତେ,
କେତେ ସହିଲେ ପ୍ରଭୁ            ଦୁଃଖ ଯାତନା         । ୬ ।
ମାରନ୍ତି ଜାବୁଡ଼ାମାନ, ପଚାରନ୍ତି ଏହା ପୁଣ,
କିଏ ମାଇଲା କହ    କରି ଗଣନା          । ୭ ।
ଏହିରୂପେ ଦୁଷ୍ଟ ଲୋକେ         ଛେପ ପକାଇଲେ ମୁଖେ,
ମାରନ୍ତି ବେତ ମସ୍ତକେ           ବିଦ୍ରୂପ ନାନା          । ୮ ।
ଦୁଇ ପାଖେ ଦୁଇ ଚୋର         ମଧ୍ୟରେ ଜଗତ ସାର,
ଚଢ଼ାଇ କ୍ରୁଶ ଉପର  ପ୍ରେକ ମାରଣା        । ୯ ।
କହନ୍ତି ପୁଣି ଏମନ୍ତ,   ତୁ ପରା ଈଶ୍ୱର ସୁତ ?
କ୍ରୁଶରୁ ଓହ୍ଲାଇ ଆସ, ଜାଣିବା ସିନା         । ୧୦ ।
ପ୍ରଭୁ ଥାଇ କ୍ରୁଶୋପର            ହୋଇ ଦୁଃଖରେ ବ୍ୟାକୁଳ
ବୋଲନ୍ତି ହେ ପିତା ମୋତେ     ଛାଡ଼ି ଦିଅନା          । ୧୧ ।
ମୁଁ ଅଧମ ପାପୀ ଜନ            ଭରସା ଖ୍ରୀଷ୍ଟ ଚରଣ,
ମୋର ପ୍ରତି ସୁନୟନ ନ କର ଊଣା         । ୧୨ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *