Fullscreen view active. Tap screen to show options.
18px

kede mistha bani sunili ki hrusto heli

Singer: Traditional / Gospel

କେଡ଼େ ମିଷ୍ଟବାଣୀ ଶୁଣିଲି ! କି ହୃଷ୍ଟ ହେଲି !
ଦହନ କାଳରେ ହିମଲେପ ସମ ମଣିଲି । ଘୋଷା ।
ପୂର୍ଣ୍ଣାନୁଗ୍ରହ ଆମ୍ଭର   ତୁମ୍ଭର ପାଇଁ ପ୍ରଚୁର 
ମୋ ପ୍ରଭୁଙ୍କ ଏ ବଚନ ମୋ ପାଇଁକି ଜାଣିଲି । ୧ ।
କେଡ଼େ ସୁମିଷ୍ଟ ବଚନ !          କେବେ ନୋହିଲା ଶ୍ରବଣ,
ମାନବ ଉକ୍ତି ତା ତୁଲ୍ୟ ନୋହିବ ମୁଁ ବୁଝିଲି । ୨ ।
ରୌପ୍ୟ ନିର୍ମିତ ପାତ୍ରରେ ସୁବର୍ଣ୍ଣ ଫଳ ପରିରେ,
ନୟନକୁ ମୋର ଅତି ପ୍ରୀତିକର ମଣିଲି । ୩ ।
ପ୍ରତି ଶବଦ ଅଟଇ ଯେହ୍ନେ ଅମୃତ ଉନୁଇ,
ଝରୁଅଛି ଅବିରତ ପିଇ ତୃପ୍ତ ହୋଇଲି । ୪ ।
ବଢ଼ିଲା କ୍ଳେଶ ଯେସନ, ଅନୁଗ୍ରହ ହିଁ ତେସନ,
ଅଧିକ ହୋଇଲା, ଏହା ଅନୁଭବ କରିଲି । ୫ ।
ଦୁଇକି ରଖି ନିକ୍ତିରେ ତଉଲିଲି ମୁଁ ଯତ୍ନରେ;
ଅନୁଗ୍ରହ ତ ମହୀକି ଚୁମ୍ବିଲା, ମୁଁ ଦେଖିଲି । ୬ ।
ଏହି ନିଗୂଢ଼ ବ୍ୟାପାର ମନେ କରିଣ ବିଚାର 
ହେବ ଯେବେ କ୍ଳେଶାଧିକ ହେଉ ବୋଲି ଇଚ୍ଛିଲି । ୭ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *