Fullscreen view active. Tap screen to show options.
18px

ପ୍ରଭୁ, ସବୁ ତ ଜାଣ, ମୁଁ ଯେ ଅପରାଧୀ ଅକିଞ୍ଚନ

ପ୍ରଭୁ, ସବୁ ତ ଜାଣ, ମୁଁ ଯେ ଅପରାଧୀ ଅକିଞ୍ଚନ,
ନାହିଁ ଧର୍ମ କର୍ମ ଜ୍ଞାନ ପୁଣ୍ୟ । ଘୋଷା ।
ପାପ ପୁରୁଷର ଖର ଶାଣ ଶର ବରଷି 
ବିଜୁଳି ସମ ବିଦାରି ଅନ୍ତର ଶାନ୍ତି କରେ ଦୂର ସମ୍ବଳ ମାତ୍ର କ୍ରନ୍ଦନ । ୧ । 
 
ବିଷୟ ଜଞ୍ଜାଳ କାମନା ଗରଳ ଘାରି ଦିଏ ନିଶିଦିନ
ପ୍ରତିହିଂସା ବିଷ ଆଳସ୍ୟ ବିଳାସ ଜୀବନ କରି ଆଚ୍ଛନ୍ନ । ୨ । 
 
ଶ୍ରୀଚରଣ ଧ୍ୟାନ ବେଳକୁ ଗୋପନ ଅପକର୍ମ ଅନୁଷ୍ଠାନ
ଜଗାଇ ସ୍ମୃତିକି ଜଳାଏ ଛାତିକି ଚିନ୍ତା-ଚିତା ଅବିରାମ । ୩ ।
ନଇରାଶ୍ୟ ତମ-ବିଧ୍ୱଂସୀ ତପନ, ଆଶାନନ୍ଦ ଉଦ୍ଦୀପନ,
ଏ ଘୋର ସଙ୍କଟେ ଚିଦାକାଶେ ପଟେ ଉଇଁ ଆସ ପୂର୍ଣ୍ଣ-ବ୍ରହ୍ମ । ୪ ।
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *