Fullscreen view active. Tap screen to show options.
18px

ତୁମେ ସାହା ହୁଅ ହେ ପ୍ରଭୁ ମୋର

Singer: Traditional / Gospel

ତୁମେ ସାହା ହୁଅ ହେ ପ୍ରଭୁ ମୋର
ତୁମ ବିହୁନେ କେ ଅଛି ମୋର … (ଘୋଷା)
ତୁମେ ମୋର ପ୍ରିୟ ସାଥି ବନ୍ଧୁ ନିର୍ଝର
ତୁମଠାରେ ଅଛି ମୋର ଦୃଢ଼ ନିର୍ଭର
ତୁମେ ନ ଥିଲେ ସାଥିରେ ମୋର
ଚଉଦିଗ ମୋ ଅନ୍ଧାର,
ତୁମ ବିହୁନେ କେ ଅଛି ମୋର … |୧|
ତୁମେ ପଥ ତୁମେ ସତ୍ୟ ପ୍ରେମ ଆଧାର
ତୁମ ଜ୍ୟୋତି ଲଭୁ ମୋର ହୃଦ ମନ୍ଦିର
ତୁମେ ମୋହର ଜୀବନ ସ୍ବର
ତୁମେ ପରା ବନ୍ଧୁ ମୋର
ତୁମ ବିହୁନେ କେ ଅଛି ମୋର … |୨|

Leave a Reply

Your email address will not be published. Required fields are marked *